ମେରା ଧାଗା, ମେରା ତିରଙ୍ଗା, ମେରା ଦେଶ ଅଭିଯାନ

Advertisment

ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ବରେ ଫ୍ଲାଗ୍‌ ଫାଉଣ୍ଡେସନ୍‌ର ମେରା ଧାଗା, ମେରା ତିରଙ୍ଗା, ମେରା ଦେଶ ଅଭିଯାନ ଶେଷ ହୋଇଛି। ଏହି ଅଭିଯାନ ଗତବର୍ଷ ଅକ୍ଟୋବର ୨୧ରେ ରାଷ୍ଟ୍ରୀୟ ଏକତା ଦିବସରୁ ଆରମ୍ଭ ହୋଇଥିଲା।

ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ବରେ ଫ୍ଲାଗ୍‌ ଫାଉଣ୍ଡେସନ୍‌ର ମେରା ଧାଗା, ମେରା ତିରଙ୍ଗା, ମେରା ଦେଶ ଅଭିଯାନ ଶେଷ ହୋଇଛି। ଏହି ଅଭିଯାନ ଗତବର୍ଷ ଅକ୍ଟୋବର ୨୧ରେ ରାଷ୍ଟ୍ରୀୟ ଏକତା ଦିବସରୁ ଆରମ୍ଭ ହୋଇଥିଲା।

ssfsfccz

ନୂଆଦିଲ୍ଲୀ: ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ବରେ ଫ୍ଲାଗ୍‌ ଫାଉଣ୍ଡେସନ୍‌ର ମେରା ଧାଗା, ମେରା ତିରଙ୍ଗା, ମେରା ଦେଶ ଅଭିଯାନ ଶେଷ ହୋଇଛି। ଏହି ଅଭିଯାନ ଗତବର୍ଷ ଅକ୍ଟୋବର ୨୧ରେ ରାଷ୍ଟ୍ରୀୟ ଏକତା ଦିବସରୁ ଆରମ୍ଭ ହୋଇଥିଲା। ସେଥିରେ ଭାରତକୁ ଜାତୀୟ ପତାକା ତଳେ ଏକାଠି କରିବାର ଉଦ୍ୟମ କରାଯାଇଥିଲା। ଏହି ଅଭିଯାନରେ ଦେଶବାସୀଙ୍କଠାରୁ ଚାରିଟି ରଙ୍ଗର ସୂତା ମଗାଯାଇଥିଲା। ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଏହି ଅଭିଯାନ ଜାତୀୟ ସ୍ତରରେ ଆରମ୍ଭ ହୋଇଥିଲା। ପାନିପଥ୍‌ର ଏକ ରିସାଇକ୍ଲିଂ କେନ୍ଦ୍ରରେ ସେହି ସୂତାରୁ ୨୦ କେଜି ୟାର୍ନରେ ପରିଣତ କରାଯାଇଥିଲା। 

ସମ୍ବଲପୁରୀ, ମାହେଶ୍ୱରୀ ଓ ପୋଚମ୍ପଲ୍ଲୀ ଇକତ୍‌ ଭଳି ଭାରତର ବିବିଧ ବସ୍ତ୍ର ପରମ୍ପରାରେ ପାରଦର୍ଶିତା ଅର୍ଜନ କରିଥିବା ବୁଣାକାରମାନେ ଏହି ସୂତାକୁ ତ୍ରିରଙ୍ଗାରେ ବୁଣିଥିଲେ। ୧୨×୮ ଫୁଟର ଏକ ତ୍ରିରଙ୍ଗା ପ୍ରସ୍ତୁତି ସହ ଅଭିଯାନ ଶେଷ ହୋଇଥିଲା। ସେହି ପତାକାକୁ ଫାଉଣ୍ଡେସନ ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଥିଲା। ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ କହିଛନ୍ତି ଯେ ଭାରତୀୟ ଜାତୀୟ ପତାକା କେବଳ ଏକ ପ୍ରତୀକ ନୁହେଁ। ତ୍ରିରଙ୍ଗାର ପ୍ରତ୍ୟେକ ସୂତା ଆମ ପୂର୍ବପୁରୁଷଙ୍କ ଐତିହ୍ୟ, କାରିଗରଙ୍କ ଦକ୍ଷତା ଏବଂ ଭାରତ ଗଠନରେ ଯୋଗଦାନ ଦେଇଥିବା ଅଗଣିତ ପିଢ଼ିର ଭାବନା ବହନ କରୁଛି। ଫ୍ଲାଗ୍‌ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ଉପାଧ୍ୟକ୍ଷ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ସୂତାରୁ ପତାକା ତିଆରି କରିବାର ଯାତ୍ରା  ଧୈର୍ଯ୍ୟ, ଐତିହ୍ୟ ଏବଂ ଏକତାର କାହାଣୀ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe