ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ-ଉତ୍କଳ ଗ୍ରାମୀଣ ବ୍ୟାଙ୍କର ମିଶ୍ରଣ: ମେ’ ପହିଲାରୁ ଲାଗୁ ହେବ

Advertisment

ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ୨୬ଟି ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ‘ଗୋଟିଏ ରାଜ୍ୟ, ଗୋଟିଏ ଆର୍‌ଆର୍‌ବି’ ନୀତି ଅନୁସାରେ ହେଉଥିବା ଏହି ମିଶ୍ରଣରେ ଓଡ଼ିଶାର ଦୁଇଟି ବ୍ୟାଙ୍କର ନାମ ରହିଛି।

ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ୨୬ଟି ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ‘ଗୋଟିଏ ରାଜ୍ୟ, ଗୋଟିଏ ଆର୍‌ଆର୍‌ବି’ ନୀତି ଅନୁସାରେ ହେଉଥିବା ଏହି ମିଶ୍ରଣରେ ଓଡ଼ିଶାର ଦୁଇଟି ବ୍ୟାଙ୍କର ନାମ ରହିଛି।

sssdsd

Photograph: ( Free Press Journal)

ଭୁବନେଶ୍ବର: ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ୨୬ଟି ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ‘ଗୋଟିଏ ରାଜ୍ୟ, ଗୋଟିଏ ଆର୍‌ଆର୍‌ବି’ ନୀତି ଅନୁସାରେ ହେଉଥିବା ଏହି ମିଶ୍ରଣରେ ଓଡ଼ିଶାର ଦୁଇଟି ବ୍ୟାଙ୍କର ନାମ ରହିଛି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହେବାକୁ ଯାଉଛି। ଏହି ଦୁଇ ବ୍ୟାଙ୍କର ମିଶ୍ରଣରେ ଗଠିତ ହେବାକୁ ଥିବା ନୂଆ ବ୍ୟାଙ୍କର ନାମ ରହିବ ‘ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ’। ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ), ଦୁଇ ଗ୍ରାମୀଣ ବ୍ୟାଙ୍କର ପ୍ରାୟୋଜକ ବ୍ୟାଙ୍କ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଓ ଭାରତୀୟ ‌ଷ୍ଟେଟ୍‌ ବ୍ୟାଙ୍କ ସହ ଆଲୋଚନା ପରେ ମିଶ୍ରଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମିଶ୍ରଣ ମେ’ ପହିଲାରୁ ଲାଗୁ ହେବ। ମିଶ୍ରଣରୁ ଗଠନ ହେବାକୁ ଥିବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ ରହିବ। ଏହାର ପ୍ରାୟୋଜକ ବ୍ୟାଙ୍କ ହେବ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ। ଦୁଇ ବ୍ୟାଙ୍କର କର୍ମଚାରୀଙ୍କ ଚାକିରି ସମାନ ଦରମା ଓ କାର୍ଯ୍ୟ ସର୍ତ୍ତାବଳୀ ସହ ବଳବତ୍ତର ରହିବ।

ମେ’ ପହିଲାରୁ ଲାଗୁ ହେବ
ନୂଆ ନାମ ‘ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ’

ବର୍ତ୍ତମାନ ୨୬ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ୪୩ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ରହିଛି। ଚତୁର୍ଥ ପର୍ଯ୍ୟାୟ ମିଶ୍ରଣ ପରେ ବ୍ୟାଙ୍କ ସଂଖ୍ୟା ୨୮କୁ ହ୍ରାସ ପାଇବ। ଏହି ବ୍ୟାଙ୍କଗୁଡ଼ିକର ୭୦୦ ଜିଲ୍ଲାରେ ୨୨ ହଜାରରୁ ଅଧିକ ଶାଖା ରହିଛି। ସେଥିରୁ ୯୨ ପ୍ରତିଶତରୁ ଅଧିକ ଶାଖା ଗ୍ରାମାଞ୍ଚଳରେ ରହିଛି। ଏହା ପୁର୍ବରୁ ୨୦୦୬-୨୦୧୦ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସଂଖ୍ୟା ୧୯୬ରୁ ହ୍ରାସ ପାଇ ୮୨ ହୋଇଥିଲା। ୨୦୧୩-୨୦୧୫ରେ ଦ୍ବିତୀୟ ପର୍ଯ୍ୟାୟ ମିଶ୍ରଣରେ ବ୍ୟାଙ୍କ ସଂଖ୍ୟା ୫୬କୁ ଏବଂ ୨୦୧୯ରୁ ୨୦୨୧ ମଧ୍ୟରେ ତୃତୀୟ ପର୍ଯ୍ୟାୟ ମିଶ୍ରଣ ପରେ ବ୍ୟାଙ୍କ ସଂଖ୍ୟା ୪୩କୁ ହ୍ରାସ ପାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe