ମର୍ସିଡିଜ୍ ବେଞ୍ଜର ନୂଆ ଏସୟୁଭି

Advertisment
ବିକ୍ରିରେ ମର୍ସିଡିସ୍‌-ବେଞ୍ଜ୍‌ର ରେକର୍ଡ

ନୂଆଦିଲ୍ଲୀ: ଗ୍ରାହକଙ୍କ ମଧ୍ୟରେ ଏସୟୁଭିର ଚାହିଦା ବଢ଼ିବାରେ ଲାଗିଛି। ଏହାକୁ ଦେଖି କମ୍ପାନି ଗୁଡ଼ିକ ମଧ୍ୟ ସୁନ୍ଦର ଓ ଶକ୍ତିଶାଳୀ ଏସୟୁଭି ବଜାରକୁ ନିୟମିତ ବ୍ୟବଧାନରେ ଆଣୁଛନ୍ତି। ଜର୍ମାନୀର ବିଳାସପୂର୍ଣ୍ଣ କାର କମ୍ପାନି ମର୍ସିଡିଜ ବେଞ୍ଜ ପକ୍ଷରୁ ଏହିକ୍ରମ‌େର ଏକ ନୂଆ ଏସୟୁଭି ଅଣାଯାଇଛି। ଏହାର ନାମ ଜି୬୩ ଏଏମଜି ରଖାଯାଇଛି। ଭାରତରେ କମ୍ପାନିର ଜି ବର୍ଗର ଏସୟୁଭି ମଧ୍ୟରେ ଏହା ପ୍ରଥମ ଏଏମଜି ଭର୍ସନ। କମ୍ପାନି ଏହି ଏସୟୁଭିର ଭିତରେ ଏବଂ ବାହାରେ ଅନେକ କିଛି ପରିବର୍ତ୍ତନ ଆଣିଛି। ଏହି ଗାଡ଼ିରେ ଯେଉଁ ଇଞ୍ଜିନ ଲାଗିଛି ସେଥିରୁ ୫୭୬ ପିଏସ ପାୱାର ସୃଷ୍ଟି ହୋଇପାରୁଛି। କମ୍ପାନିର ସୂଚନା ଅନୁଯାୟୀ ଏହି ଗାଡ଼ିର ସର୍ବାଧିକ ବେଗ ୨୨୦ କିମି ରହିଛି। ୪.୪ ସେକେଣ୍ଡ୍ ମଧ୍ୟରେ ଏହି ଗାଡ଼ିର ବେଗ ୧୦୦ କିମିରେ ପହଞ୍ଚି ପାରୁଛି। ଉପରୁ ମସିର୍ଡିଜ ଏହାକୁ ଏସୟୁଭି ରୂପ ଦେଇଥିଲେ ମଧ୍ୟ ଭିତରେ ଢେର୍ ବିଳାସପୂର୍ଣ୍ଣ ବୈଶିଷ୍ଟ୍ୟ ରଖିଛି। ଏହି ଗାଡ଼ିର ଏକ୍ସ ସୋ’ରୁମ୍ ମୂଲ୍ୟ ୨ କୋଟି ୧୯ ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe