ନୂଆଦିଲ୍ଲୀ: ‘ଫେସ୍ବୁକ୍’ର ମୂଳ କମ୍ପାନି ‘ମେଟା’ର ତୃତୀୟ ପର୍ଯ୍ୟାୟ ଛଟେଇରେ ବିଶ୍ବବ୍ୟାପୀ ୬୦୦୦ କର୍ମଚାରୀ ପ୍ରଭାବିତ ହୋଇଥିବା ବେଳେ ଭାରତରେ ମଧ୍ୟ କେତେକ ପଦସ୍ଥ କର୍ମଚାରୀ ଏଥିରୁ ବାଦ ପଡ଼ିନାହାନ୍ତି।
ପ୍ରଭାବିତ ହୋଇଥିବା ଭାରତୀୟ ‘ମେଟା’ କର୍ମଚାରୀମାନଙ୍କ ମଧ୍ୟରେ ଅଛନ୍ତି ‘ମାର୍କେଟିଙ୍ଗ୍ ଡାଇରେକ୍ଟର୍’ ଅବିନାଶ ପନ୍ତ୍, ‘ମିଡିଆ ପାର୍ଟନର୍ସିପ୍ ଡାଇରେକ୍ଟର୍’ ସାକେତ ଝା ସୌରଭ ଏବଂ ‘ଲିଗାଲ୍ ଡାଇରେକ୍ଟର୍’ ଅମୃତା ମୁଖାର୍ଜୀ। ଏମାନଙ୍କୁ ନିଜ ନିଜର ପଦବୀରୁ ଇସ୍ତଫା ଦେବା ପାଇଁ କୁହାଯାଇଥିବା ରିପୋର୍ଟ ମଳିଛି।
‘ମନିକଣ୍ଟ୍ରୋଲ୍’ ରିପୋର୍ଟ ଅନୁସାରେ, ‘ମେଟା’ରେ ଯୋଗ ଦେବା ପୂର୍ବରୁ ‘ହଟ୍ଷ୍ଟାର୍’ ‘ଲିଗାଲ୍ ଟିମ୍’ର ମୁଖ୍ୟ ଥିବା ଅମୃତା ମୁଖାର୍ଜୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। ମୁଖାର୍ଜୀଙ୍କ ‘ଲିଙ୍କ୍ଡ୍ଇନ୍’ ଆକାଉଣ୍ଟ୍ରୁ ଜଣାପଡ଼ିଛି ଯେ, ୧୦ ମାସ ହେବ ସେ ‘ମେଟା’ରେ ଯୋଗ ଦେଇଥିଲେ।
Image Courtesy of India TV Newsସେହିପରି, ଭାରତରେ ଥିବା ‘ମେଟା’ର ବିପଣନ, ପ୍ରଶାସନ, ମାନବ ସମ୍ବଳ ଏବଂ ଅନ୍ୟାନ୍ୟ ବିଭାଗରୁ ମଧ୍ୟ କର୍ମଚାରୀ ଛଟେଇ କରଯିବାକୁ ନିର୍ଦେଶ ମିଳିଛି। କିନ୍ତୁ, ଭାରତରେ କ’ଣ ପାଇଁ ଏଭଳି ଛଟେଇ ଅଭିଯାନ ଚାଲିଛି ସେ ସଂକ୍ରାନ୍ତରେ ‘ମେଟା’ ତୁରନ୍ତ କୌଣସି ଟିପ୍ପଣି ଦେଇନାହିଁ।
ଇସ୍ତଫା ନିର୍ଦେଶ ମିଳିବା ପରେ ‘ମେଟା’ରେ ‘ବିଜ୍ନେସ୍ ଇଞ୍ଜିନିୟର୍’ ଥିବା ଅନ୍ୟତମ କର୍ମଚାରୀ ସୁରଭି ପ୍ରକାଶ ‘ଲିଙ୍କ୍ଡ୍ଇନ୍’ରେ ତାଙ୍କର ଭାବାବେଗ ପ୍ରକାଶ କରି ଲେଖିଛନ୍ତି, ପ୍ରାରମ୍ଭରେ ଆନନ୍ଦ ଦେଇଥିଲା, ଅବଶେଷରେ ଦୁଃଖ ଦେଲା। ଶେଷରେ ବ୍ୟାକୁଳତାର ଅବସାନ ଘଟିଲା।
Image Courtesy of India Todayସୂଚନାଯୋଗ୍ୟ, ‘ଇଅର୍ ଅଫ୍ ଏଫିସିଏନ୍ସି’ ବା ‘ପାରଦର୍ଶିତାର ବର୍ଷ’ ଯୋଜନାରେ ‘ମେଟା’ ତା’ର ଅଭିଯାନକୁ ଶୃଙ୍ଖଳିତ ଏବଂ କମ୍ପାନିର ବ୍ୟୟ ହ୍ରାସ ନିମନ୍ତେ କର୍ମଚାରୀ ଛଟେଇ କରୁଛି। ପ୍ରାରମ୍ଭିକ ସ୍ତରରେ ଏହି ଅଭିଯାନ ବିଶ୍ବବ୍ୟାପୀ ‘ମେଟା’ର ବ୍ୟବସାୟକୁ ପ୍ରଭାବିତ କରିଛି।
Follow Us