Image Courtesy of NDTV
ନୂଆଦିଲ୍ଲୀ: ମେଟା ପ୍ଲାଟଫର୍ମସ୍ ଆଉ ହଜାର କର୍ମଚାରୀ ଛଟେଇ କରିବ ବୋଲି ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି। ଫେସ୍ବୁକ୍, ଇନଷ୍ଟାଗ୍ରାମ୍ ଓ ହ୍ବାଟସ୍ଆପ୍ ଭଳି ସଂସ୍ଥା ମେଟା ଅଧୀନରେ ପରିଚାଳିତ ହେଉଛନ୍ତି। ଚାରି ମାସ ପୂର୍ବେ ଏହା ୧୧ ହଜାର କର୍ମଚାରୀଙ୍କୁ ବିଦା କରିଥିଲା। ମେଟା ପାଇଁ ୮୬ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଆମେରିକାର ପ୍ରଯୁକ୍ତି ଶିଳ୍ପ ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛି। ଗୋଲ୍ଡମ୍ୟାନ୍ ସଚ୍ସ, ମର୍ଗାନ ଷ୍ଟାନ୍ଲି ଭଳି ବଡ଼ ଆର୍ଥିକ ସଂସ୍ଥାଠାରୁ ଆରମ୍ଭ କରି ଟ୍ବିଟର, ଆମାଜନ, ଗୁଗୁଲ୍ ମାଇକ୍ରୋସଫ୍ଟ ଆଦି କଂପାନି କର୍ମଚାରୀ ଛଟେଇ କରୁଛନ୍ତି। ୨୦୨୨ରୁ ବର୍ତ୍ତମାନ ସୁଦ୍ଧା ପ୍ରଯୁକ୍ତି ଶିଳ୍ପରେ ୨,୮୦,୦୦୦ ଛଟେଇ ହୋଇସାରିଲାଣି। ସେଥିରୁ ୪୦% ଛଟେଇ ୨୦୨୩ରେ ହୋଇଛି।
Follow Us