ଭୁବନେଶ୍ବର: ଏମ୍ଜି ମୋଟର୍ସ ପକ୍ଷରୁ ନୂଆ ଏସ୍ୟୁଭି ଆଷ୍ଟରକୁ ଉନ୍ମୋଚନ କରାଯାଇଛି। ଏଥିରେ ବ୍ୟକ୍ତିଗତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟତା ବ୍ୟବସ୍ଥା ରହିଛି। ଏଲ୍ଇଡି ଲାଇଟ୍ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଗାଡ଼ିର ଭିତର ପାର୍ଶ୍ବକୁ ପ୍ରିମିୟମ୍ ଉପାଦାନରେ ତିଆରି କରାଯାଇଛି। ଆଷ୍ଟରକୁ ସୋ’ରୁମ୍ରେ ପ୍ରଦର୍ଶନ କରାଯାଉଛି। ଏହାର ବୁକିଂ ଶୀଘ୍ର ଆରମ୍ଭ ହେବ। ଆଷ୍ଟରରେ ଗ୍ରାହକମାନେ ୮୦ରୁ ଅଧିକ ପ୍ରକାରର ଇଣ୍ଟରନେଟ୍ ସୁବିଧା ସୁଯୋଗ ପାଇପାରିବେ। ଏଥିରେ ୬ ଏୟାରବ୍ୟାଗ୍, ୬ ପାର୍ଶ୍ବରେ ଆଡ୍ଜଷ୍ଟ୍ ହୋଇପାରୁଥିବା ଡ୍ରାଇଭର୍ ସିଟ୍, ଇଲେକ୍ଟ୍ରିକ୍ ପାର୍କିଂ ବ୍ରେକ୍, ବର୍ଷାର ଅନୁମାନ ଲଗାଇପାରୁଥିବା ୱାଇପର୍ ଏବଂ ପାନୋରାମିକ୍ ସ୍କାଏ ରୁଫ୍ ଭଳି ସୁବିଧା ରହିଛି।
ଏମ୍ଜି ମୋଟର୍ସର ନୂଆ ଆଷ୍ଟର୍
Advertisment
Follow Us