Image Source: News
ନୂଆଦିଲ୍ଲୀ: କୋଭିଡ୍-୧୯ ଲକ୍ଡାଉନ୍ ସମୟରେ ଇ-କମର୍ସ କମ୍ପାନି ଦ୍ବାରା ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିଷିଦ୍ଧ ରହିବ ବୋଲି ରବିବାର ଦିନ ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି।
ଏ ସଂକ୍ରାନ୍ତରେ ଗୃହ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଟୁଇଟ୍ କରି ସୂଚନା ଦେଇଛନ୍ତି।
ଏପ୍ରିଲ୍ ୨୦ ଠାରୁ ଇ-କମର୍ସ କମ୍ପାନି ଉପରୁ କଟକଣା କୋହଳ କରାଯିବ ବୋଲି ପୂର୍ବରୁ ସରକାର କହିଥିଲେ। ଫଳରେ ମେ ୩ ତାରିଖରେ ଲକ୍ଡାଉନ୍ ଶେଷ ହେବା ପୂର୍ବରୁ ଇ-କମର୍ସ କମ୍ପାନି ସବୁ କାରବାର ଆରମ୍ଭ କରି ଥାଆନ୍ତେ। ସ୍ମାର୍ଟ ଫୋନ୍ ପାଇଁ ଫ୍ଲିପ୍କାର୍ଟ ଗୁଡ଼ାଏ ବରାଦ ଗ୍ରହଣ କରିସାରିଥିଲା।
ପୂର୍ବ ନିର୍ଦେଶନାମା ଅନୁସାରେ ଇ-କମର୍ସ କମ୍ପାନିମାନଙ୍କୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିବାକୁ ଅନୁମତି ଦିଆଯାଇଥିଲା।
Follow Us