ଭାରତରେ ଲଞ୍ଚ ହେଲା ଏମ୍‌ଆଇ କ୍ରେଡ଼ିଟ : ୧୦ ମିନିଟରେ ମିଳି ପାରିବ ୧ଲକ୍ଷ ପର୍ଯ୍ୟନ୍ତ ଋଣ

Advertisment
'ଚୀନ ସାମଗ୍ରୀ ବର୍ଜନ' ଅସନ୍ତୋଷକୁ ଏଡ଼ାଇବାକୁ ସାଓମି ଆରମ୍ଭ କଲା ନୂଆ ବାଟ

NDTV Gadgets

ନୂଆଦିଲ୍ଲୀ : ଭାରତୀୟ ମୋବାଇଲ୍‌ ବଜାରରେ ଏକ ନମ୍ବର ସ୍ଥାନ ଅଧିକାର କରିବା ପରେ ଚାଇନିଜ ମୋବାଇଲ୍‌ କମ୍ପାନୀ ସାଓମି ପ୍ରଥମ ଥର ପାଇଁ ଏମ୍‌ଆଇ କ୍ରେଡ଼ିଟ ସର୍ଭିସ ଆରମ୍ଭ କରିବା ପାଇଁ ଯାଉଛି। ଏହା ଦ୍ୱାରା ଗ୍ରାହକ କେବଳ ୧୦ ମିନିଟ ମଧ୍ୟରେ ୧ ଲକ୍ଷ ଟଙ୍କାର ଋଣ ନେଇ ପାରିବେ । ଏହା ଜରୁରୀକାଳିନ ପରିସ୍ଥିତିରେ ଶୀଘ୍ର ଅର୍ଥ ଆବଶ୍ୟକ କରୁଥିବା ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି। ଏଥି ନିମନ୍ତେ ସାଓମି ଲୋନ ବ୍ୟାଙ୍କ୍‌ କ୍ରେଡ଼ିଟ୍‌ବି ସହିତ ହାତ ମିଳାଇଥିବା ଜଣାପଡ଼ିଛି।

publive-image NDTV Gadgets

ଏହି ଋଣ ଦ୍ୱାରା ସାଓମିର ଏମ୍‌ଆଇୟୁଆଇ ଆପ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୧ ହଜାର ଟଙ୍କାରୁ ଆରମ୍ଭ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ସୁବିଧା ଉଠାଇପାରିବେ । ଏମ୍‌ଆଇର ମୋବାଇଲ୍‌ ଫୋନ୍‌ଗୁଡ଼ିକରେ ଏମ୍‌ଆଇୟୁଆଇର ଆପ୍‌ ରହିଛି। ଅର୍ଥାତ୍‌ ଯଦି ଆପଣ ଏମ୍‌ଆଇ ଫୋନ୍‌ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଖରେ ଟଙ୍କାର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଆବଶ୍ୟକତା ସମୟରେ ଆପଣ ୧୦ ମିନିଟ୍‌ ମଧ୍ୟରେ ଟଙ୍କା ପାଇ ପାରିବେ । ଏହି ସମ୍ବନ୍ଧୀୟ ଅନ୍ୟାନ୍ୟ ତଥ୍ୟ ଆପଣଙ୍କୁ ଏମ୍‌ଆଇୟୁଆଇ ଆପ୍‌ରେ ମିଳିଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe