ରିଜର୍ଭ ବ୍ୟାଙ୍କରେ ମାଇକେଲ ପାତ୍ରଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା

Advertisment
ରିଜର୍ଭ ବ୍ୟାଙ୍କରେ ମାଇକେଲ ପାତ୍ରଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ମାଇକେଲ୍ ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳକୁ ଆଉ ବର୍ଷେ ବୃଦ୍ଧି କରାଯାଇଛି। ୨୦୨୩ ଜାନୁଆରି ୧୫ଠାରୁ ଏକ ବର୍ଷ ପର୍ଯ୍ୟନ୍ତ ‌ସେ ସେହି ପଦରେ କାର୍ଯ୍ୟ କରିବେ। ତାଙ୍କ ପୁନଃ ନିଯୁକ୍ତିକୁ କ୍ୟାବିନେଟ୍‌ କମିଟିର ଅନୁମୋଦନ ମିଳିଛି। ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ପାତ୍ର ୧୯୮୫ ପରଠାରୁ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି। ୨୦୨୦ ଜାନୁଆରି ୧୪ରେ ତାଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା। ମୁଦ୍ରାନୀତି କମିଟିର ଜଣେ ପ୍ରମୁଖ ସଦସ୍ୟ ହେଉଛନ୍ତି ଶ୍ରୀ ପାତ୍ର।

ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ବିଭାଗ, ଆର୍ଥିକ ବଜାର ପରିଚାଳନା ବିଭାଗ, ଅର୍ଥନୀତି ଓ ଗବେଷଣା ବିଭାଗ ମଧ୍ୟ ତାଙ୍କ ଅଧୀନରେ ରହିଛି। ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଫେଲୋ ଶ୍ରୀ ପାତ୍ର ଓଡ଼ିଶାର ରେଭନ୍ସୋ କଲେଜ ଓ ଉତ୍କଳ ବିଶ୍ବବିଦ୍ୟାଳୟରୁ ପାଠପଢ଼ା ଶେଷ କରିବା ପରେ ଆଇଆଇଟି ବମ୍ବେରୁ ଅର୍ଥନୀତିରେ ପିଏଚ୍‌ଡି ହାସଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe