ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଏହାର ସର୍ଫେସ୍ ଗୋ ଡିଭାଇସ୍ ଭାରତରେ ଉପଲବ୍ଧ କରାଇଛି। ଛୋଟ ଓ କମ୍ ମୂଲ୍ୟଯୁକ୍ତ ସରଫେସ୍ ଡିଭାଇସ୍ ଭାରତରେ କେବଳ ଫ୍ଲିପକାର୍ଟରେ ଉପଲବ୍ଧ। ଏହାର ପ୍ରାରମ୍ଭିକ ମୂଲ୍ୟ ୩୮,୫୯୯ ଟଙ୍କା ରହିଛି। ୧୦ ଇଞ୍ଚର ଏହି ଡିଭାଇସ୍ ଲାପ୍ଟପ୍ର କାର୍ଯ୍ୟଦକ୍ଷତା ଓ ଟାବ୍ଲେଟ୍ର ପୋର୍ଟେବିଲିଟି ପ୍ରଦାନ କରିଥାଏ। ଏଥିରେ ଇଣ୍ଟେଲ ପେଣ୍ଟିୟମ ଗୋଲଡ୍ ପ୍ରୋସେସର୍ ୪୪୧୫ୱାଇ ରହିଛି। ଏହା ୯ ଘଣ୍ଟାର ବ୍ୟାଟେରି ଲାଇଫ୍ ପ୍ରଦାନ କରିଥାଏ। ସମଗ୍ର ବିଶ୍ବରେ ଏବେ ସରଫେସ୍ କମ୍ୟୁନିଟିଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହା ଲାପଟପର ସ୍ଥାନ ଗ୍ରହଣ କରିପାରିଛି ବୋଲି ମାଇକ୍ରୋସଫ୍ଟ ଇଣ୍ଡିଆର କଣ୍ଟ୍ରି ଜେନେରାଲ ମ୍ୟାନେଜର (କଞ୍ଜ୍ୟୁମର୍ ଏଣ୍ଡ୍ ଡିଭାଇସ୍) ପ୍ରିୟଦର୍ଶୀ ମହାପାତ୍ର କହିଛନ୍ତି।
ମାଇକ୍ରୋସଫ୍ଟ ସରଫେସ୍ ଗୋ
Advertisment
Follow Us