ମଧ୍ୟାହ୍ନ ଭୋଜନ ତ୍ରୁଟି ଧରିଲେ ସିଏଜି: ଖାଦ୍ୟରେ ବିଷକ୍ରିୟା ୬ ବର୍ଷରେ ସର୍ବାଧିକ

Advertisment
ଆନ୍ଦୋଳନକୁ ଓହ୍ଲାଇବ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ମିଳିତ ମଞ୍ଚ: ରାଜ୍ୟ ସରକାରଙ୍କୁ ୧ମାସର ମହଲତ

Image Courtesy of thefastnewz

ନୂଆଦିଲ୍ଲୀ କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ଘରେ ରହିବା ପରେ ସ୍କୁଲକୁ ଫେରିଥିବା ଛାତ୍ରଛାତ୍ରୀମାନେ ଖାଦ୍ୟରେ ବି‌ଷକ୍ରିୟା ସମସ୍ୟାର ସାମ୍ନା କରୁଛନ୍ତି। ମଧ୍ୟାହ୍ନ ଭୋଜନରେ ଖାଦ୍ୟରେ ବିଷକ୍ରିୟ ମାମଲା ବଢ଼ିବାରେ ଲାଗିଛି। ୨୦୨୨ରେ ଏଭଳି ୯୭୯ ମାମଲା ସାମ୍ନାକୁ ଆସିଛି ଯାହା ଗତ ୬ ବର୍ଷ ମଧ୍ୟରେ ସର୍ବାଧିକ। ଗତ ୯୦ ଦିନରେ ୧୨୦ ଜଣ ଛାତ୍ରଛାତ୍ରୀ ଖାଦ୍ୟରେ ବିଷକ୍ରିୟାର ଶିକାର ହୋଇଛନ୍ତି। କର୍ଣ୍ଣାଟକରୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏଭଳି ଘଟଣା ଘଟୁଛି।

publive-image

ଗତ ୧୩ ବର୍ଷରେ ଖାଦ୍ୟ ବିଷକ୍ରିୟାର ୯,୬୪୬ଟି ଘଟଣା ଘଟିଛି। ‌‌ସେଥିରୁ ୧୨ ପ୍ରତିଶତ ଘଟଣାରେ ସ୍କୁଲ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ସେହି ଖାଦ୍ୟରେ ଝିଟିପିଟି, ମୂଷା, ସାପ ଏବଂ ଅସରପା ଆଦି ପଡ଼ିଥିବା ଜଣାପଡ଼ିଛି। କର୍ଣ୍ଣାଟକରେ ଏଭଳି ସର୍ବାଧିକ ୧୫୨୪ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଓଡ଼ିଶାରେ ୧୩୨୭, ତେଲେଙ୍ଗାନା‌ରେ ୧୦୯୨, ବିହାରରେ ୯୫୦ ଓ ଆନ୍ଧ୍ରପ୍ରଦେଶରେ ୭୯୪ଟି ମାମଲା ସାମ୍ନାକୁ ଆସିଛି।
ବିଗତ ବର୍ଷଗୁଡ଼ିକରେ ବିଭିନ୍ନ ରାଜ୍ୟର ଅଡିଟ୍‌ ବେଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ରହିଥିବା ସମସ୍ୟାକୁ ଧରିଥିଲେ ସିଏଜି। ଉପଯୁକ୍ତ ଭିତ୍ତିଭୂମିର ଅଭାବ, ଯାଞ୍ଚର ଅଭାବ, ଅନିୟମିତ ଲାଇସେନ୍ସ, ସୀମିତ ରିପୋର୍ଟିଂ ଓ ମତାମତ ଗ୍ରହଣ ବ୍ୟବସ୍ଥାର ଅଭାବ ଯୋଗୁଁ ଏଭଳି ଘଟଣା ଘଟୁଥିବା ସିଏଜି ଜଣାଇଥିଲେ। ୨୦୧୯ରେ ମଧ୍ୟପ୍ରଦେଶରେ ସିଏଜି ଏକ ମାମଲା ଧରିଥିଲେ ଯେଉଁଥିରେ ୧୧୦ ଜଣ ଖାଦ୍ୟ ବିଷକ୍ରିୟାରେ ପୀଡ଼ିତ ହୋଇଥିଲେ। କିନ୍ତୁ ତାହାର ଖବର କାହା ପାଖରେ ନଥିଲା। ଏଥିପାଇଁ ଦାୟୀ କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା।

ମଧ୍ୟପ୍ରଦେଶର ୧୪,୫୦୦ ସ୍କୁଲରେ ରୋଷେଇ ଘର ନଥିଲା। ଅରୁଣାଚଳ ପ୍ରଦେଶର ୪୦% ସ୍କୁଲ ରୋଷେଇ ଘରେ ଛପର ନଥିଲା। ଛତିଶଗଡ଼ରେ ୮,୯୩୨ ସ୍କୁଲ୍‌ରେ ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ସିଏଜି ଧରିଥିଲେ। ନିୟମ ଅନୁସାରେ ରୋଷଇ ଘରୁ ଥାଳିକୁ ଖାଦ୍ୟ ଯିବା ବେଳେ ଭୋଜନର ତାପମାତ୍ରା ୬୫ ଡିଗ୍ରିରୁ ଅଧିକ ରହିବା ଦରକାର। କିନ୍ତୁ ଗୁଜରାଟରେ ସିଏଜି ଅଡିଟ୍ ବେଳେ ଏନ୍‌ଜିଓ ଦେଉଥିବା ଭୋଜନ ସମ୍ପୂର୍ଣ୍ଣ ଥଣ୍ଡା ଥିବା ଧରାପଡ଼ିଥିଲା। ଖାଦ୍ୟର ତାପମାତ୍ରା ମାପିବା ଲାଗି କିଛି ବ୍ୟବସ୍ଥା ନଥିଲା। କର୍ମଚାରୀ ଅଭାବ ଯୋଗୁଁ ସ୍କୁଲ ଯାଂଚରେ ୮୦ ପ୍ରତିଶତ ଅଭାବ ରହିଥିଲା। ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଉଥିବା ବି‌ଷୟରେ ଅଭିଯୋଗ କରିବା ଲାଗି ଛତିଶଗଡ଼ରେ କୌଣସି ବ୍ୟବସ୍ଥା ନଥିବା ସିଏଜି ଧରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe