ବଜାରକୁ ଆସିଲାଣି ମିଲ୍କ ଏଟିଏମ୍‌ : କ୍ୟାସଲେସ୍‌ ବ୍ୟବସ୍ଥାରେ ହୋଇପାରିବ କ୍ଷୀର କିଣାବିକା 

Advertisment
ବଜାରକୁ ଆସିଲାଣି ମିଲ୍କ ଏଟିଏମ୍‌ : କ୍ୟାସଲେସ୍‌ ବ୍ୟବସ୍ଥାରେ ହୋଇପାରିବ କ୍ଷୀର କିଣାବିକା 

FG Insight

ଗୁଜୁରାଟ : କ୍ଷୀର  ବିକ୍ରିଖରିଦ କରିବାର ଏକ ଅଭିନବ  ଉପାୟ ବାହାର କରିଛନ୍ତି ଗୁଜୁରାଟର ଜଣେ ଗୋପାଳକ । ସରକାରଙ୍କ କ୍ୟାସ୍‌ଲେସ୍‌ ଇଣ୍ଡିଆ ଚିନ୍ତାଧାରାକୁ  ଆଖି ଆଗରେ ରଖି ସେ ପ୍ରସ୍ତୁତ କରିଛନ୍ତି ‘ମିଲ୍କ ଏଟିଏମ୍‌’। ଏହା ମାଧ୍ୟମରେ ଗୋପାଳକମାନେ  କ୍ଷୀର ବିକ୍ରି କରିବା ସହ ଗ୍ରାହକମାନେ କ୍ୟାସ୍‌ଲେସ ବ୍ୟବସ୍ଥାରେ କ୍ଷୀର କିଣିପାରିବେ । ବିନା ଟଙ୍କାରେ ପ୍ରିପେଡ଼ କାର୍ଡ଼ ବା ବାୟୋମେଟ୍ରିକ୍‌ ଫିଙ୍ଗରପ୍ରିଣ୍ଟ ଦ୍ୱାରା ଲୋକମାନେ କ୍ଷୀର ପାଇ ପାରିବେ ଏହି ମେସିନରୁ ।

ଏଭଳି ଏକ ଅଭିନବ ଉଦ୍ୟମକୁ ସଫଳ କରି ଦେଖାଇଛନ୍ତି ଗୁଜୁରାଟର ଗିର୍‌ ସୋମନାଥ ଜିଲ୍ଲାରେ ରହୁଥିବା ନିଲେଶ ଗସ୍ସର । ସେ ଏକ ନୂଆ ମସିନ ବାହାର କରିଛନ୍ତି ଯାହାକୁ ବ୍ୟବହାର କରି ଗୋପାଳକମାନେ ସିଧାସଳଖ ନିଜ ଉତ୍ପାଦକୁ ବିକ୍ରି କରିପାରିବା ସହ ଲୋକମାନେ କାର୍ଡ଼ ମାଧ୍ୟମରେ କ୍ଷୀର ପାଇ ପାରିବେ । ଏହାକୁ ବ୍ୟବହାର କରିବା ପରେ ଗୋପାଳକମାନଙ୍କୁ କେଉଁ ମଧ୍ୟସ୍ଥିିମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁ ନାହିଁ ।    ପୂର୍ବରୁ ଦୁଗ୍ଧ ପାଇବା ପାଇଁ ଲୋକମାନେ ମେସିନରେ ୨୦/୫୦ ବା ୧୦୦ ଟଙ୍କା ଭର୍ତ୍ତି କରିବାକୁ ପଡ଼ୁଥିଲା । ଏବେ ଲୋକମାନେ ବାୟୋମେଟ୍ରିକ୍‌ ଫିଙ୍ଗରପ୍ରିଣ୍ଟ, ୟୁଜରନେମ୍‌ ପାସ୍‌ଓ୍ଵାର୍ଡ଼ ବା ରେଡ଼ିଓ ଫ୍ରିକ୍ୟୁଏନ୍ସି ପ୍ରିପେଡ଼ କାର୍ଡ଼ ଦ୍ୱାରା ଦୁଗ୍ଧ ପାଇ ପାରୁଛନ୍ତି ।

publive-image Healthline

ଯେଉଁ ଗୋପାଳକମାନେ ନିଜ ଉତ୍ପାଦକୁ ସହକାରୀ ସମିତି ବା ମଧ୍ୟସ୍ଥିିମାନଙ୍କ ଦ୍ୱାରା ବିକ୍ରି କରିବାକୁ ଇଚ୍ଛୁକ ନୁହନ୍ତି ସେମାନେ ନିଲେଶଙ୍କର ଏହି ମିଲ୍କ ଏଟିଏମ୍‌ ବ୍ୟବହାର କରି ନିଜେ ନିଜ ଉତ୍ପାଦକୁ ବିକ୍ରି କରି ପାରୁଛନ୍ତି । ମିଲ୍କ ଏଟିଏମ୍‌  ଆସିବା ଦ୍ୱାରା ଗୋପାଳକମାନେ ଠକାମିରୁ ବଞ୍ଚି ପାରୁଛନ୍ତି । ପୂର୍ବରୁ ନିଜ ଉତ୍ପାଦକୁ ବିକିବା ପାଇଁ ଗୋପାଳକମାନେ ସହକାରୀ ସମିତି ବା ମଧ୍ୟସ୍ଥିିମାନଙ୍କ ଉପରେ ନିର୍ଭର କରୁଥିଲେ । ଯାହା ଫଳରେ ସେମାନେ ସେମାନଙ୍କ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିଲେ । ମିଲ୍କ ଏଟିଏମ୍‌ ଆସିବା ଦ୍ୱାରା ଗୋପାଳକମାନେ ନିଜ ଦ୍ରବ୍ୟକୁ ସିଧାସଳଖ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିବା ସହ ନିଜ ଦ୍ରବ୍ୟର ଉଚିତ୍‌ ଦର ପାଇ ପାରୁଛନ୍ତି । ମିଲ୍କ ଏଟିଏମ୍‌ର ଫାଇଦା ଜାଣିବା ପରେ ଏହାର ବ୍ୟବହାର ଧୀରେ ଧୀରେ ଗୋପାଳକମାନେ କରିବା ଆରମ୍ଭ କରିଛନ୍ତି ।

ପୂର୍ବ ବର୍ଷ ନିଲେଶ ୩୦ଟି ମିଲ୍କ ଏଟିଏମ୍‌କୁ ଗୁଜୁରାଟର ବିଭିନ୍ନ ଜିଲ୍ଲା ଏବଂ ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଛତିଶଗଡ଼ ଭଳି ରାଜ୍ୟରେ ବିକ୍ରି କରି ସାରିଛନ୍ତି । “ମୁଁ ଯେତେବେଳେ ଦୁଗ୍ଧ ବିକ୍ରି କରିବା ପାଇଁ କୌଣସି ସହକାରୀ ସମିତି ବା ମଧ୍ୟସ୍ଥିମାନଙ୍କ ସାହଯ୍ୟ ନେଉଥିଲି, ସେତେବେଳେ ମୋତେ ମୋ ପରିଶ୍ରମ ଅନୁଯାୟୀ ମୂଲ୍ୟ ମିଳୁ ନଥିଲା।  ଏପରି ପରିସ୍ଥିତିରୁ ମିଲ୍କ ଏଟିଏମ୍‌ କରିବାର ଚିନ୍ତା ମୋ ମନକୁ ଆସିଥିଲା” ବୋଲି ନିଲେଶ କହିଛନ୍ତି । “୫୦-୨୫୦ଲିଟର ପର୍ଯ୍ୟନ୍ତ କ୍ଷମତା ଥିବା ମିଲ୍କ ଏଟିଏମ୍‌ର ମୂଲ୍ୟ ୭୫,୦୦୦ରୁ ଆରମ୍ଭ କରି ୧,୫୦,୦୦୦ ପର୍ଯ୍ୟନ୍ତ ରହିଛି । ଗୋପାଳକମାନେ ନିଜ ଆୟରୁ ବର୍ଷକ ମଧ୍ୟରେ ଏହି ଟଙ୍କା ଶୁଝି ପାରିବେ” ବୋଲି ନିଲେଶ କହିଛନ୍ତି ।

publive-image indiamart

ମିଲ୍କ ଏଟିଏମ୍‌ରୁ ଦୁଗ୍ଧ ନେବା ପାଇଁ ପ୍ରଥମେ ଲୋକମାନଙ୍କୁ ନିଜକୁ ରେଜିଷ୍ଟର କରିବା ସହ ପ୍ରତିଦିନ କେତେ ପରିମାଣର ଦୁଗ୍ଧ ନେବେ ତାହା ଜଣାଇବାକୁ ପଡ଼ିଥାଏ । ନିଲେଶ ଏହି ଭଳି ୫ଟି ମେସିନ ତିଆରି କରି ରାଜସ୍ଥାନ, ଓଡ଼ିଶା ଏବଂ ତାମିଲନାଡ଼ୁରେ ବିକ୍ରି କରି ସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe