Millet bun burger: ମ୍ୟାକ୍‌ଡୋନାଲ୍ଡସ୍‌ରେ ମିଲେଟ୍‌ ବନ୍ ବର୍ଗର: ବିଦେଶୀ ସଂସ୍ଥା ମେନୁରେ ଭାରତୀୟ ସୁପରଫୁଡ୍‌

ବିଦେଶୀ ସଂସ୍ଥା ଦ୍ବାରା ପରିଚାଳିତ ମ୍ୟାକ୍‌ଡୋନାଲ୍ଡରେ ପ୍ରବେଶ କରିଛି ଭାରତୀୟ ପ୍ରାଚୀନ ଶସ୍ୟ ବା ସୁପରଫୁଡ୍‌ ଭାବେ ପରିଚିତ ମିଲେଟ୍‌ (ମାଣ୍ଡିଆ)। କମ୍ପାନି ନିଜ ଖାଦ୍ୟ ତାଲିକାରେ ମିଲେଟ୍‌ ବନ୍ ବର୍ଗରକୁ ସାମିଲ କରିଛି।

dadgagadzvc

ନୂଆଦିଲ୍ଲୀ: ବିଦେଶୀ ସଂସ୍ଥା ଦ୍ବାରା ପରିଚାଳିତ ମ୍ୟାକ୍‌ଡୋନାଲ୍ଡରେ ପ୍ରବେଶ କରିଛି ଭାରତୀୟ ପ୍ରାଚୀନ ଶସ୍ୟ ବା ସୁପରଫୁଡ୍‌ ଭାବେ ପରିଚିତ ମିଲେଟ୍‌ (ମାଣ୍ଡିଆ)। କମ୍ପାନି ନିଜ ଖାଦ୍ୟ ତାଲିକାରେ ମିଲେଟ୍‌ ବନ୍ ବର୍ଗରକୁ ସାମିଲ କରିଛି। ମହୀଶୂରର ସେଣ୍ଟ୍ରାଲ୍ ଫୁଡ୍‌ ଟେକ୍ନୋଲଜିକାଲ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିଏଫ୍‌ଟିଆର୍‌ଆଇ) ବିକାଶ କରିଥିବା ସ୍ବଦେଶୀ ପ୍ରଯୁକ୍ତି ବ୍ୟବହାର କରି ଏହି ବର୍ଗର ପ୍ରସ୍ତୁତ କରାଯାଇଛି। 

ଏହି ସଫଳତା‌ରେ ଉତ୍ସାହିତ ହୋଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହାକୁ ‘ବିଦେଶୀ ହେଲା ସ୍ବଦେଶୀ’ ବୋଲି ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସ୍ବଦେଶୀ ଆନ୍ଦୋଳନ’ର ଏହା ପ୍ରମାଣ ବୋଲି କେନ୍ଦ୍ର ସରକାର କହିଛନ୍ତି। ଚାଷୀ ଓ ବଜାର ଭିତରେ ଥିବା ଅନ୍ତର ଦୂର କରିବା ଲାଗି ସରକାରଙ୍କ ଲକ୍ଷ୍ୟରେ ଏହା ଏକ ଗର୍ବ କରିବାର ମାଇଲଖୁଣ୍ଟ ‌ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ୨୦୨୩କୁ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ୍‌ ଦିବସ ଘୋଷଣା କରାଯାଇଥିଲା। ଭାରତରେ ମିଲେଟ୍‌କୁ ନେଇ ଦେଖାଦେଇଥିବା ଆନ୍ଦୋଳନର ତାହା ଏକ ଭବ୍ୟ ପ୍ରମାଣ ବୋଲି ଶ୍ରୀ ସିଂହ କହିଛନ୍ତି। ଭାରତୀୟ ନବସୃଜନ ଓ ପାରମ୍ପରିକ ପୁଷ୍ଟିକର ଆହାର କିଭଳି ବିଶ୍ବସ୍ତରରେ ଖାଦ୍ୟ ଧାରାକୁ ବଦଳାଉଛି ତାହାକୁ ଏହି ଗର୍ବିତ ମୁହୂର୍ତ ଦର୍ଶାଉଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe