କୋଟିପତି ଟିକସଦାତା ୫ ଗୁଣା ବଢ଼ିଲେ

Advertisment

ଏକ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଟିକସଦାତାଙ୍କ ସଂଖ୍ୟାରେ ୧୦ ବର୍ଷ ମଧ୍ୟରେ ୫ ଗୁଣା ବୃଦ୍ଧି ଘଟିଛି। ୨୦୧୨-୧୩ ଆର୍ଥିକ ବର୍ଷରେ ସେଭଳି କୋଟିପତି ଟିକସଦାତାଙ୍କ ସଂଖ୍ୟା ଥିଲା ୪୪,୦୭୮। ୨୦୨୨-୨୩ ସୁଦ୍ଧା ‌ସେଭଳି ଟିକସଦାତାଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ପାଖାପାଖି ବୃଦ୍ଧି ପାଇଛି।

ଏକ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଟିକସଦାତାଙ୍କ ସଂଖ୍ୟାରେ ୧୦ ବର୍ଷ ମଧ୍ୟରେ ୫ ଗୁଣା ବୃଦ୍ଧି ଘଟିଛି। ୨୦୧୨-୧୩ ଆର୍ଥିକ ବର୍ଷରେ ସେଭଳି କୋଟିପତି ଟିକସଦାତାଙ୍କ ସଂଖ୍ୟା ଥିଲା ୪୪,୦୭୮। ୨୦୨୨-୨୩ ସୁଦ୍ଧା ‌ସେଭଳି ଟିକସଦାତାଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ପାଖାପାଖି ବୃଦ୍ଧି ପାଇଛି।

dgjgjgjjggjd

ନୂଆଦିଲ୍ଲୀ: ଏକ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଟିକସଦାତାଙ୍କ ସଂଖ୍ୟାରେ ୧୦ ବର୍ଷ ମଧ୍ୟରେ ୫ ଗୁଣା ବୃଦ୍ଧି ଘଟିଛି। ୨୦୧୨-୧୩ ଆର୍ଥିକ ବର୍ଷରେ ସେଭଳି କୋଟିପତି ଟିକସଦାତାଙ୍କ ସଂଖ୍ୟା ଥିଲା ୪୪,୦୭୮। ୨୦୨୨-୨୩ ସୁଦ୍ଧା ‌ସେଭଳି ଟିକସଦାତାଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ପାଖାପାଖି ବୃଦ୍ଧି ପାଇଛି। ଏହି ସମୟ ଭିତରେ ଟିକସ ରିଟର୍ଣ୍ଣ ଦାଖଲ କରୁଥିବା ଟିକସଦାତାଙ୍କ ସଂଖ୍ୟା ୩.୩ କୋଟିରୁ ବୃଦ୍ଧି ପାଇ ୭.୫ କୋଟିରୁ ଅଧିକ ହୋଇଛି। ଟିକସଦାତାଙ୍କ ମଧ୍ୟରେ ଏକ କୋଟି ଟଙ୍କାରୁ ଅଧିକ ବେତନ ଆୟ କରୁଥିବା‌ ଟିକସଦାତାଙ୍କ ହାର ୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ବେତନଭୋଗୀମାନଙ୍କ ଆୟ ୧-୫ କୋଟି ଟଙ୍କା ମଧ୍ୟରେ ରହିଛି। ତା’ଠାରୁ ଅଧିକ ଆୟ କରୁଥିବ‌ା ଲୋକମାନେ ହେଉଛନ୍ତି ବ୍ୟବସାୟ ଓ ପ୍ରଫେସନାଲ୍‌। ୫୦୦ କୋଟି ଟଙ୍କାରୁ ଅଧିକ ଆୟ ଦର୍ଶାଇଥିବା ୨୩ ଜଣ ଲୋକଙ୍କ ମଧ୍ୟରେ ଜଣେ ହେଲେ ବେ‌ତନଭୋଗୀ ନାହାନ୍ତି। କିନ୍ତୁ ୧୦୦-୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ବର୍ଗରେ ଥିବ‌ା ୨୬୨ ଜଣଙ୍କ ମଧ୍ୟରୁ ୧୯ ଜଣ ନିଜକୁ କର୍ମଚାରୀ ଓ ବେତନଭୋଗୀ ବୋଲି ଦର୍ଶାଇଛନ୍ତି।

ବର୍ଷକ ମଧ୍ୟରେ ୨୫ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଟିକସଦାତାଙ୍କ ସଂଖ୍ୟା ୧୮୧୨ରୁ ହ୍ରାସ ପାଇ ୧୭୯୮ ହୋଇଛି। ସେହିପରି ୧୦ କୋଟି ଟଙ୍କାରୁ ଅଧିକ ବେତନ ପାଉଥିବା ଟିକସଦାତାଙ୍କ ସଂଖ୍ୟା ମଧ୍ୟ ୧୬୫୬ରୁ ୧୫୭୭କୁ ହ୍ରାସ ପାଇଛି। ଦେଶରେ ରିଟର୍ଣ୍ଣ ଫାଇଲ୍‌ କରିଥିବା ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣେ ଟିକସଦାତାଙ୍କ ଆୟ ହାରାହାରି ଭାବେ ୫.୫-୯.୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ସେହିପରି ପ୍ରତି ୫ରୁ ଜଣଙ୍କ ଆୟ ୨.୫-୩.୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ମୋଟ ଟିକସଦାତାଙ୍କ ମଧ୍ୟରେ ୫.୫-୯.୫ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ଟିକସଦାତାଙ୍କ ଭାଗ ୨୫ ପ୍ରତିଶତରୁ ଅଧିକ ରହିଛି। ୧୦-୧୫ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ଟିକସଦାତାଙ୍କ ଭାଗ ୧୨ ପ୍ରତିାତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe