ମନ୍ତ୍ରୀ ବୈଷ୍ଣବଙ୍କ ବୈଠକରେ ଶୋଇବା ମହଙ୍ଗା ପଡ଼ିଲା: ଚାକିରି ହରାଇଲେ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ

Advertisment
୬ଜିରେ ଭାରତ ଆଗରେ ରହିବ: ଅଶ୍ବିନୀ

ନୂଆଦିଲ୍ଲୀ: ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଏକ ବୈଠକରେ ଶୋଇବା ବିଏସ୍‌ଏନ୍‌ଏଲ୍‌ର ଜଣେ ମୁଖ୍ୟ ମହାପ୍ରବନ୍ଧକ ବା ସିଜିଏମ୍‌ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କୁ ଶେଷରେ ଚାକିରି ହରାଇବାକୁ ପଡ଼ିଛି। ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ବିଏସ୍‌ଏନ୍‌ଏଲ୍‌ର ସିଜିଏମ୍ ସ୍ତରୀୟ ବୈଠକରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଯୋଗ ଦେଇଥିଲେ। ‌ବୈଠକ ଚାଲିଥିବା କୋଠରିରେ ଜଣେ ସିଜିଏମ୍‌ ଶୋଇଥିବା ଦେଖିବା ପରେ ତାଙ୍କୁ ତୁରନ୍ତ ‌ବାହାରିଯିବାକୁ ମନ୍ତ୍ରୀ କହିଥିଲେ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଶୀଘ୍ର ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେବାକୁ କୁହାଯାଇଥିଲା। ସେହି ଅଧିକାରୀ ଜଣକ ଭିଆର୍‌ଏସ୍‌ ନେଇଥିବା ଜଣାପଡ଼ିଛି। ବୁଧବାର ଦିନ ତାଙ୍କ ଭିଆର୍‌ଏସ୍‌କୁ ମଞ୍ଜୁର କରାଯାଇଛି। ସେହି ଅଧିକାରୀ ଜଣକ ବେଙ୍ଗାଲୁରୁରେ ସିଜିଏମ୍ ସ୍ତରରେ କାମ କରୁଥିଲେ।

ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ପାଇଁ ସରକାର ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌କୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଦୁଇ ବର୍ଷ ଭିତରେ କଂପାନିର ସ୍ଥିତି ସୁଧାରିବା ଲାଗି ଭଲ ପ୍ରଦର୍ଶନ କରିବା କିମ୍ବା ଭିଆର୍‌ଏସ୍‌ ନେଇଯିବା ଲାଗି କର୍ମଚାରୀମାନଙ୍କୁ ମନ୍ତ୍ରୀ କହିଥିଲେ। ଏଥି ସହିତ ସେ ସ୍ପଷ୍ଟ କରିଥିଲେ ଯେ ଭଲ କାମ କରୁନଥିବା ‌ସତ୍ତ୍ବେ ଭିଆର୍‌ଏସ୍‌ ‌ନେବାକୁ ଚାହୁନଥିବା କର୍ମଚାରୀଙ୍କ ପାଇଁ ସରକାର ରେଳବାଇ ଭଳି ବାଧ୍ୟତାମୂଳକ ଅବସର ସ୍କିମ୍ ଲାଗୁ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe