ଅର୍ଥ ମନ୍ତ୍ରାଳୟର ଆଇକନିକ୍ ୱିକ୍‌ ଆରମ୍ଭ

Advertisment
ଅର୍ଥ ମନ୍ତ୍ରାଳୟର ଆଇକନିକ୍ ୱିକ୍‌ ଆରମ୍ଭ

Morung Express

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବର ଅଂଶ ସ୍ବରୂପ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜିଠାରୁ ଆଇକନିକ୍ ୱିକ୍‌ ଆରମ୍ଭ କରାଯାଇଛି ଯାହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଯାହାର ସିଧାପ୍ରସାରଣ ଭୁବନେଶ୍ବରରେ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଏକ ଡିଜିଟାଲ୍‌ ପ୍ରଦର୍ଶନୀକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହା ସହିତ ସ୍ବତନ୍ତ୍ର ଏକେଏଏମ୍ ଡିଜାଇନ୍‌ର କଏନ୍‌ ଓ ସରକାରୀ ସ୍କିମ୍‌ଗୁଡ଼ିକ ଲାଗି ଜନ ସମର୍ଥ ପୋର୍ଟାଲ୍‌କୁ ମଧ୍ୟ ସେ ଉନ୍ମୋଚନ କରିଛନ୍ତି।

ଏନେଇ ଆଜି ଇଡ୍‌କଲ୍‌ ଅଡିଟୋରିୟମ୍‌ରେ କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ (ସିବିଆଇସି) ଭୁବନେଶ୍ବର ଜୋନ୍ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ପ୍ରମୁଖ ମୁଖ୍ୟ ଆୟକର ଆୟୁକ୍ତ, ଓଡ଼ିଶା ଅଞ୍ଚଳ ୱାଇ ରାଜେନ୍ଦ୍ର, ଆୟକର ଆୟୁକ୍ତ ଫଗୁ ଓରାମ, ଅଡିଟ୍ କମିସନରେଟ୍‌ର ପ୍ରମୁଖ ଆୟୁକ୍ତ ବି କେ କର, ଆୟୁକ୍ତ (ଅପିଲ୍‌) ଅରବିନ୍ଦର ସିଂହ ରଙ୍ଗା, ବାଣିଜ୍ୟ କର ଓ ଜିଏସ୍‌ଟି ଆୟୁକ୍ତ ସୁଶିଲ କୁମାର ଲୋହାନି, ୟୁକୋ ବ୍ୟାଙ୍କ ଜିଏମ୍‌ ଅରୁପାନନ୍ଦ ଜେନା ଓ ଏସ୍‌ଏଲ୍‌ବିସି ଇନ୍‌ଚାର୍ଜ ଲିଙ୍ଗରାଜ ନାୟକ, ଅତିରିକ୍ତ ଆୟୁକ୍ତ ଗୋପାଳ କୃଷ୍ଣ ପତି, ପିଆର୍‌ ଏଡିଜି ରାଜେନ୍ଦ୍ର ସିଂହ, ଅତିରିକ୍ତ କମିସନର ଅନୁରାଧା ମିଶ୍ର ଓ ମାଧବ ଚନ୍ଦ୍ର ମିଶ୍ର, ଏନ୍‌ଏସିଆଇଏନ୍‌ର ଏଲ୍‌ପେଟୁ ସେସୁ ଓ ପୱନ କୁମାର ମୀନା ଓ ବିଭିନ୍ନ ବ୍ୟାଙ୍କର ରାଜ୍ୟ ମୁଖ୍ୟ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe