ମୋବାଇଲ୍‌-ଆଧାର ଲିଙ୍କ୍‌ : ସମୟ ସୀମା ଜଣାଇବାକୁ କଂପାନିଙ୍କୁ ନିର୍ଦେଶ

Advertisment
ଅଚଳ ହେବ ୨୧ ଲକ୍ଷ ସିମ୍ କାର୍ଡ

ନୂଆଦିଲ୍ଲୀ : ମୋବାଇଲ୍‌ ନମ୍ବର ସହିତ ଆଧାର ଲିଙ୍କ କରିବା ନିମନ୍ତେ ଟେଲିକମ୍‌ କଂପାନିଗୁଡ଼ିକ ଗ୍ରାହକମାନଙ୍କ ପାଖକୁ ଯେଉଁ ଏସ୍‌ଏମ୍‌ଏସ୍‌ ପଠାଉଛନ୍ତି ସେଥିରେ ଏହାର ସମୟ ସୀମା ବିଷୟରେ ସ୍ପଷ୍ଟ ସୂଚନା ପ୍ର୍ରଦାନ କରିବାକୁ କଂପାନିଗୁଡ଼ିକୁ ସରକାର ନିର୍ଦେଶ ଦେଇଛନ୍ତି।

ଆଧାର ଜରିଆରେ ମୋବାଇଲ୍‌ ନମ୍ବରର ପୁନଃ-ଯାଞ୍ଚ କରିବା ପାଇଁ କଂପାନିଗୁଡ଼ିକ ଏସ୍‌ଏମ୍‌ଏସ୍‌ ଏବଂ କଲ୍‌ ଜରିଆରେ ଲୋକମାନଙ୍କ ପାଖକୁ ବାର୍ତା ପଠାଉଛନ୍ତି। ମାତ୍ର ସେହି ବାର୍ତାରେ ଆଧାର ଲିଙ୍କ୍‌ କରିବାର କୌଣସି ସମୟ ସୀମା ପ୍ରଦାନ କରାଯାଉନାହିଁ। ଆଧାର ଲିଙ୍କ କରିବାର ଶେଷ ତାରିଖ ୨୦୧୮ ଫେବ୍ରୁଆରି ୬ ବୋଲି ଉଲ୍ଲେଖ କରିବାକୁ କଂପାନିଗୁଡ଼ିକୁ ସରକାର କହିଛନ୍ତି। ମୋବାଇଲ୍‌ ସହ ଆଧାର ଲିଙ୍କ୍‌ କରାଇବାର ସମୟ ସୀମା ସ୍ପଷ୍ଟ ଭାବେ ଗ୍ରାହକଙ୍କୁ ଜଣାଇବାକୁ ଚଳିତ ମାସ ୩ରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ସବୁ କଂପାନିଗୁଡ଼ିକୁ ଏକ ନିର୍ଦେଶନାମା ଜାରି କରି ତାହାକୁ ତତ୍କାଳ ଲାଗୁ କରିବା ପାଇଁ କୁହାଯାଇଛି। କିଭଳି ଲୋକମାନେ ସହଜରେ ଏବଂ ସୁବିଧାରେ ମୋବାଇଲ୍‌ ସହ ଆଧାର ସଂଯୋଗ କରିପାରିବେ ଏବଂ ସେଥିପାଇଁ ସେମାନଙ୍କୁ ମୋବାଇଲ୍‌ କଂପାନିଗୁଡ଼ିକର ଷ୍ଟୋର୍‌ ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ, ସେ ବିଷୟରେ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି। ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ, କଂପାନିଗୁଡ଼ିକର ମୋବାଇଲ୍‌ ଅପ୍‌ ଏବଂ ଇଣ୍ଟରଆକ୍ଟିଭ୍‌ ଭଏସ୍‌ ରେସ୍‌ପନ୍‌ସ ସିଷ୍ଟମ୍‌ ଜରିଆରେ ଆଧାର ଲିଙ୍କ୍‌ ସୁବିଧା ପ୍ରଦାନ କରିବା ଉପରେ ବିଚାରବିମର୍ଶ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe