ଭୁବନେଶ୍ବର : ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ସିଜିମାଳି ଖଣି ଚାରିପାଖରେ ଥିବା ଦୂରବର୍ତ୍ତି ଗ୍ରାମରେ ମୋବାଇଲ ସ୍ୱାସ୍ଥ୍ୟ ସେବା ୟୁନିଟ ଶୁଭାରମ୍ଭ ପରଠାରୁ ୧୮ଟି ଗ୍ରାମରେ ୩୩୦୦ରୁ ଅଧିକ ଗୋଷ୍ଠୀ ସଦସ୍ୟଙ୍କ ନିକଟରେ ପହଁଚିଛି। କମ୍ପାନିର ଏକ ସଂପୂର୍ଣ୍ଣ ସଜ୍ଜିତ ମୋବାଇଲ ହେଳଥ ୟୁନିଟ ପ୍ରସ୍ତୁତ ହୋଇ ରହିଛି ଓ ଏହା ସଂପୃକ୍ତ ଅଂଚଳରେ ୧୨୦ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିସାରିଛି। ଏହି ପଦକ୍ଷେପରେ ବାସିନ୍ଦାଙ୍କୁ ସେମାନଙ୍କ ଦ୍ୱାରଦେଶରେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ଏମଏଚୟୁ ଗୁରୁତ୍ୱପୂର୍ଣ୍ଣ ଉପକରଣ, ଯୋଗ୍ୟ ଡାକ୍ତରୀ ତଥା ଫାର୍ମାସୀଙ୍କ ସହିତ ସଜ୍ଜିତ ଓ ଏହା ଅନେକ ପ୍ରକାର ସେବା ଯଥା ଚେକ୍ଅପ, ବ୍ଲଡ ସୁଗର ପରୀକ୍ଷା ଓ ମାଗଣା ଔଷଧପତ୍ର ବିତରଣ କରିଥାଏ। ସ୍ୱାସ୍ଥ୍ୟ ପ୍ରତିଷେଧକ ପାଇଁ ନିୟମିତ ସ୍ୱାସ୍ଥ୍ୟ ସଚେତନତା ଶିବିରମାନ ଆୟୋଜନ କରୁଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us