ନଭେମ୍ବର ୪ରୁ ୧୦ ପର୍ଯ୍ୟନ୍ତ ମୋବାଇଲ ପୋର୍ଟିଂ ବନ୍ଦ ରହିବ

Advertisment
ଓଡ଼ିଶା ଯୋଡ଼ିଲା ୩ ଲକ୍ଷ ୪୦ ହଜାର ନୂଆ ମୋବାଇଲ୍ ଗ୍ରାହକ: ତିନି ସଂସ୍ଥା ଯୋଡ଼ିଲେ, ଗୋଟିଏ ହରାଇଲା

Gizbot

ନୂଆଦିଲ୍ଲୀ: ଆସନ୍ତାମାସ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦେଶରେ ମୋବାଇଲ ନମ୍ବର ପୋର୍ଟେବିଲିଟି ସେବା ଗ୍ରାହକଙ୍କ ପାଇଁ ବନ୍ଦ ରହିବ। ଗ୍ରାହକମାନେ ଏହି ସମୟ ମଧ୍ୟରେ ପୋର୍ଟିଂ ଆଉଟ୍‌ ପାଇଁ ଅନୁରୋଧ ପଠାଇ ପାରିବେ ନାହିଁ। ତେବେ ନଭେମ୍ବର ୧୧ ତାରିଖରୁ ଦେଶରେ ସରଳ ଏବଂ ନୂଆ ପୋର୍ଟିଂ ପାଉଟ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ନୂଆ ବ୍ୟବସ୍ଥାରେ ଗୋଟିଏ ସେବା ପ୍ରଦାନ ଅଞ୍ଚଳରେ ଦୁଇଟି କାର୍ଯ୍ୟଦିବସ ମଧ୍ୟରେ ଏବଂ ଗୋଟିଏ ସର୍କଲରୁ ଅନ୍ୟ ସର୍କଲ ମଧ୍ୟରେ ‌ମୋବାଇଲ ପୋର୍ଟିଂ ସେବା ୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଟ୍ରାଇ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ଏବେ ଏହା ୭ ଦିନ ଲାଗୁଛି। ନଭେମ୍ବର ୪ ତାରିଖ ସଂଧ୍ୟା ୬ଟାରୁ ୧୦ ତାରିଖ ରାତି ୧୧ଟା ୫୯ ମିନିଟ ୫୯ ସେକେଣ୍ଡ ପର୍ଯ୍ୟନ୍ତ ୬ ଦିନ ପାଇଁ ଏହି ସେବା ବନ୍ଦ ରହିବ। କୌଣସି ଗୋଟିଏ ମୋବାଇଲ୍‌ କଂପାନିର ଗ୍ରାହକ ନିଜ ନମ୍ବର ନବଦଳାଇ ପୋର୍ଟିଂ ସେବା ଜରିଆରେ ଅନ୍ୟ କଂପାନିର ଗ୍ରାହକ ହୋଇପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe