ମୋବାଇଲ୍‌ ରିଚାର୍ଜ ଆହୁରି ମହଙ୍ଗା ହେବ, କଂପାନି ଶୁଳ୍କ ବଢ଼ାଇବେ

Advertisment
ମୋବାଇଲ୍‌ ରିଚାର୍ଜ ଆହୁରି ମହଙ୍ଗା ହେବ, କଂପାନି ଶୁଳ୍କ ବଢ଼ାଇବେ

India Rag

ନୂଆଦିଲ୍ଲୀ: ମୋବାଇଲ୍‌ ସେବା ଆଗକୁ ଆହୁରି ମହଙ୍ଗା ହେବ। ଚଳିତ ବର୍ଷର ଦ୍ବିତୀୟ ଭାଗରେ ଘରୋଇ ଟେଲିକମ୍‌ କଂପାନିଗୁଡ଼ିକ ପୁଣି ଥରେ ‌ଶୁଳ୍କ ବଢ଼ାଇବା ଉପରେ ବିଚାର କରୁଛନ୍ତି। ଯଦି ସେମାନେ ସେଭଳି ପଦକ୍ଷେପ ନେବେ ତେବେ ରିଚାର୍ଜ କରିବା ଆହୁରି ମହଙ୍ଗା ହେବ। ଟେଲିକମ୍ ନେଟ୍‌ୱର୍କରେ ନିବେଶ ବଢ଼ାଇବା ଓ ୫ଜି ସ୍ପେକ୍ଟ୍ରମ୍ କିଣିବା ଲାଗି କଂପାନିଙ୍କୁ ଅଧିକ ପାଣ୍ଠି ଦରକାର। ବର୍ତ୍ତମାନ ଗ୍ରାହକ ପିଛା ଯେତିକି ରାଜସ୍ବ ଆୟ ହେଉଛି ସେଥିରେ ଏଭଳି ବଡ଼ ଧରଣର ନିବେଶ କରିବା ସମ୍ଭବ ନୁହେଁ। ତେଣୁ ଗ୍ରାହକଙ୍କ ଉପରେ କିଛି ବୋଝ ଲଦିବା ଲାଗି କଂପାନିଗୁଡ଼ିକ ବିଚାର କରୁଛନ୍ତି।

ଭାରତୀୟ ଟେଲିକମ୍ ଶିଳ୍ପରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ପ୍ରବେଶ କରିବା ପରେ ପ୍ରବଳ ପ୍ରତିଦ୍ବନ୍ଦ୍ବିତା ହେବାରୁ ଟେଲିକମ୍ ଶୁଳ୍କ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ମାତ୍ର ବଜାର ସ୍ଥିର ହୋଇଯିବା ପରେ ପାଣ୍ଠି ଦରକାର ପଡ଼ିବାରୁ ୨୦୧୯ ଡିସେମ୍ବରରୁ କଂପାନିଗୁଡ଼ିକ ପୁଣି ଶୁଳ୍କ ବଢ଼ାଇବା ଆରମ୍ଭ କରିଥିଲେ। ଚଳିତ ଆର୍ଥିକ ବର୍ଷରେ ରାଜସ୍ବରେ ୨୦-୨୫% ବୃଦ୍ଧି ଆଣିବାକୁ କଂପାନିଗୁଡ଼ିକ ଆଶା ରଖିଛନ୍ତି। ୨୦୨୧-୨୨ରେ ଗ୍ରାହକ ପିଛା ରାଜସ୍ବରେ ମାତ୍ର ୫% ବୃଦ୍ଧି ଘଟିଛି। ଏହି ବର୍ଷ ୩.୭୦ କୋଟି ନିସ୍କ୍ରିୟ ଗ୍ରାହକ ଟେଲିକମ୍ ନେଟ୍‌ୱର୍କକୁ ବିଦାୟ ନେଇଛନ୍ତି। କିନ୍ତୁ ସକ୍ରିୟ ରହୁଥିବା ଗ୍ରାହକଙ୍କ ସଂଖ୍ୟା ୨.୯୦ କୋଟି ବଢ଼ିଛି। ୨୦୧୧ ଅଗଷ୍ଟରୁ ୨୦୨୨ ଫେବ୍ରୁଆରି ମଧ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା କମିଥିବା ବେଳେ ଭାରତୀ ଏୟାରଟେଲ୍‌ ୧.୧୦ କୋଟି ନୂଆ ଗ୍ରାହକ ଯୋଡ଼ିଛି। ଭୋଡାଫୋନ୍ ଆଇଡିଆ ୩ କୋଟି ସକ୍ରିୟ ଗ୍ରାହକ ହରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe