ଓଡ଼ିଶାରେ ମୋବାଇଲ୍‌ ସେବା: ଫେବ୍ରୁଆରିରେ ୨ ଲକ୍ଷ ‌ଗ୍ରାହକ କମ୍ପାନି ବଦଳାଇଛନ୍ତି

Advertisment

ଫେବ୍ରୁଆରି ମାସରେ ଓଡ଼ିଶାରେ ପ୍ରାୟ ୨ ଲକ୍ଷ ମୋବାଇଲ ଫୋନ୍‌ ଗ୍ରାହକ କମ୍ପାନି ବଦଳାଇଛନ୍ତି। ଦେଶରେ ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍‌ଏନ୍‌ପି) କାର୍ଯ୍ୟକାରୀ ହେବା ଦିନଠାରୁ ‌ଚଳିତବର୍ଷ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ...

ଫେବ୍ରୁଆରି ମାସରେ ଓଡ଼ିଶାରେ ପ୍ରାୟ ୨ ଲକ୍ଷ ମୋବାଇଲ ଫୋନ୍‌ ଗ୍ରାହକ କମ୍ପାନି ବଦଳାଇଛନ୍ତି। ଦେଶରେ ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍‌ଏନ୍‌ପି) କାର୍ଯ୍ୟକାରୀ ହେବା ଦିନଠାରୁ ‌ଚଳିତବର୍ଷ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ...

dgjggj

ଭୁବନେଶ୍ବର: ଫେବ୍ରୁଆରି ମାସରେ ଓଡ଼ିଶାରେ ପ୍ରାୟ ୨ ଲକ୍ଷ ମୋବାଇଲ ଫୋନ୍‌ ଗ୍ରାହକ କମ୍ପାନି ବଦଳାଇଛନ୍ତି। ଦେଶରେ ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍‌ଏନ୍‌ପି) କାର୍ଯ୍ୟକାରୀ ହେବା ଦିନଠାରୁ ‌ଚଳିତବର୍ଷ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ୧ କୋଟି ୯୨ ଲକ୍ଷ ୬୦ ହଜାର ଲୋକ କମ୍ପାନି ବା ଅପରେଟର ବଦଳାଇଲେଣି। ଚଳିତବର୍ଷ ଜାନୁଆରି ମାସରେ ଏମାନଙ୍କ ସଂଖ୍ୟା ୧ କୋଟି ୯୦ ଲକ୍ଷ ୭୦ ହଜାର ରହିଥିଲା। ଚଳିତ ସପ୍ତାହରେ ‌ଭାରତୀୟ ଟେଲି ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟରୁ ଏହା ଜଣାଯାଇଛି। 

ସୂଚନା ଅନୁଯାୟୀ, ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ଫେବ୍ରୁଆରି ମାସରେ ୧ ଲକ୍ଷ ୮୨ ହଜାର ୬୦ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରେ ଜିଓ ସର୍ବାଧିକ ୧ ଲକ୍ଷ ୧୪ ହଜାର ୪୬୩ ଗ୍ରାହକ ଯୋଡ଼ିଥିବାବେଳେ ଏୟାରଟେଲ ୬୧ ହଜାର ୬୩୨ ଗ୍ରାହକ ଯୋଡ଼ିଛି। ଭୋଡାଫୋନ ଆଇଡିଆର ଗ୍ରାହକ ସଂଖ୍ୟାରେ ୯୮୬୧ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ବିଏସ୍‌ଏନ୍‌ଏଲ୍‌ର ଗ୍ରାହକ ସଂଖ୍ୟା ଫେବ୍ରୁଆରି ମାସରେ ୩୮୯୬ ଜଣ ହ୍ରାସ ପାଇଛି।  ଜାନୁଆରି ମାସରେ ଓଡ଼ିଶାରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୪୪ ଲକ୍ଷ ୧୭ ହଜାର ୮୨୪ ରହିଥିବାବେଳେ ଫେବ୍ରୁଆରିରେ ଏହା ୩ କୋଟି ୪୫ ଲକ୍ଷ ୯୯ ହଜାର ୮୮୪ରେ ପହଞ୍ଚିଛି। ଜିଓ ଗ୍ରାହକଙ୍କ ସଂଖ୍ୟା ୧ କୋଟି ୫୮ ଲକ୍ଷ ୨୧ ହଜାର ୪୪ରେ ରହିଛି। ଏହା ପଛକୁ ଏୟାରଟେଲର ୧ କୋଟି ୧୮ ଲକ୍ଷ ୧୦ ହଜାର ୬୯୫, ବିଏସ୍‌ଏନ୍‌ଏଲ୍‌ର ୫୫ ଲକ୍ଷ ୭୩ ହଜାର ୪୨୦ ଏବଂ ଭୋଡାଫୋନ ଆଇଡିଆର ୧୩ ଲକ୍ଷ ୯୪ ହଜାର ୭୨୫ ଜଣ ମୋବାଇଲ ଫୋନ ଗ୍ରାହକ ରହିଛନ୍ତି। ଏଥିସହିତ ୫ଜି ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ଫେବ୍ରୁଆରି ମାସ ଶେଷ ସୁଦ୍ଧା ୧ ଲକ୍ଷ ୬୫ ହଜାର ୬୪୭ରେ ପହଞ୍ଚିଛି। ଜାନୁଆରି ମାସରେ ଏମାନଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୪୭୧ ରହିଥିଲା। ଦୁଇ ଘରୋଇ କମ୍ପାନି ଜିଓ ଏବଂ ଏୟାରଟେଲ ଏହି ସେବା ଯୋଗାଇ ଦେଉଛନ୍ତି। ଫେବ୍ରୁଆରିରେ ଜିଓ ୧୧ ହଜାର ୪୭ ନୂଆ ଗ୍ରାହକ ଯୋଡ଼ିବା ଦ୍ବାରା ଏହାର ମୋଟ ଗ୍ରାହକ ସଂଖ୍ୟା ୧ ଲକ୍ଷ ୪୨ ହଜାର ୮୪୦ରେ ପହଞ୍ଚିଛି। ସେହିଭଳି ଏୟାରଟେଲ ୪୧୨୯ ନୂଆ ଗ୍ରାହକ ଯୋଡ଼ିବା ଫଳରେ ଏହାର ମୋଟ ଗ୍ରାହକ ସଂଖ୍ୟା ୨୨୮୦୭ରେ ପହଞ୍ଚିଛି। 

ଟେଲି ସାନ୍ଦ୍ରତାରେ ଓଡ଼ିଶା ନିମ୍ନରୁ ପଞ୍ଚମ

ରାଜ୍ୟରେ ଫେବ୍ରୁଆରି ଶେଷ ସୁଦ୍ଧା ମୋଟ ୫ ଲକ୍ଷ ୫୩ ହଜାର ୮୫୧ ଜଣ ଓୟାରଲାଇନ୍‌ ଗ୍ରାହକ ରହିଛନ୍ତି। ଫେବ୍ରୁଆରିରେ ମୋଟ ୫୩,୭୧୭ ନୂଆ ଓୟାରଲାଇନ ଗ୍ରାହକ ଯୋଡ଼ି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିଏସ୍‌ଏନ୍‌ଏଲ୍‌ ସର୍ବାଧିକ ୪୬ ହଜାର ୮୧୫ ନୂଆ ଗ୍ରାହକ ଯୋଡ଼ିବା ଦ୍ବାରା ‌ଏହାର ମୋଟ ଓୟାରଲାଇନ ଗ୍ରାହକ ସଂଖ୍ୟା ୧ ଲକ୍ଷ ୭୧ ହଜାର ୪୨୮ରେ ପହଞ୍ଚିଛି। ଜିଓ ୩୩୯୬ ନୂଆ ଗ୍ରାହକ ଯୋଡ଼ିବା ଦ୍ବାରା ‌ଏହାର ମୋଟ ଓୟାରଲାଇନ ଗ୍ରାହକଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୫୩୬ରେ ପହଞ୍ଚିଛି। ଏହି ମାସରେ ଏୟାରଟେଲ ୨୪୪୩, ଟାଟା ଟେଲି ୧୧୩୩ ନୂଆ ଓୟାରଲାଇନ ଗ୍ରାହକ ଯୋଡ଼ିଥିବାବେଳେ ଭୋଡାଫୋନ ଆଇଡିଆ ୭୦ ଜଣ ଓୟାରଲାଇନ ଗ୍ରାହକ ହରାଇଛି। ରାଜ୍ୟର ଟେଲି ଯୋଗାଯୋଗ ସେବାକୁ ଦେଖିଲେ ଜଣାଯାଇଛି ଯେ ଓଡ଼ିଶାରେ ଟେଲି ସାନ୍ଦ୍ରତା ୭୯.୨୮ ପ୍ରତିଶତ ରହିଛି। ଓଡ଼ିଶା ଦେଶର ତଳ ୫ଟି ରାଜ୍ୟ ମଧ୍ୟରେ ରହିଛି। ଓଡ଼ିଶା ତଳକୁ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆସାମ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe