୬ ରାଜ୍ୟରେ ବଢ଼ିଲେ ମୋବାଇଲ୍‌ ଗ୍ରାହକ: ଓଡ଼ିଶାରେ ୭୪,୧୮୧ ବଢ଼ିଲା

ଦେଶରେ ମୋବାଇଲ୍ ଗ୍ରାହକ ଅଧିକ ସୃଷ୍ଟି ହେବା ବଦଳରେ କମୁଛନ୍ତି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁସାରେ ୨୦୨୪ ନଭେମ୍ବର ମାସରେ ମାତ୍ର ୬ଟି ରାଜ୍ୟରେ ମୋବାଇଲ୍‌ ଗ୍ରାହକଙ୍କ ସଂଖ୍ୟା ବଢ଼ିଥିବା ବେଳେ ଅନ୍ୟ ସବୁ ରାଜ୍ୟରେ ହ୍ରାସ ପାଇଛି।

addaadx

Photograph: (xaad)

ଭୁବନେଶ୍ବର: ଦେଶରେ ମୋବାଇଲ୍ ଗ୍ରାହକ ଅଧିକ ସୃଷ୍ଟି ହେବା ବଦଳରେ କମୁଛନ୍ତି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁସାରେ ୨୦୨୪ ନଭେମ୍ବର ମାସରେ ମାତ୍ର ୬ଟି ରାଜ୍ୟରେ ମୋବାଇଲ୍‌ ଗ୍ରାହକଙ୍କ ସଂଖ୍ୟା ବଢ଼ିଥିବା ବେଳେ ଅନ୍ୟ ସବୁ ରାଜ୍ୟରେ ହ୍ରାସ ପାଇଛି। ଗ୍ରାହକ ବଢ଼ିଥିବା ରାଜ୍ୟ ତାଲିକାରେ ଓଡ଼ିଶା ସହିତ କର୍ଣ୍ଣାଟକ, ଉତ୍ତରପ୍ରଦେଶ (ପୂର୍ବ), ବିହାର, ହିମାଚଳପ୍ରଦେଶ ଓ ଦିଲ୍ଲୀ ନାମ ରହିଛି। ଦିଲ୍ଲୀରେ ନାମକୁ ମାତ୍ର ଗ୍ରାହକ ବଢ଼ିଛନ୍ତି।

ଟ୍ରାଇ ତଥ୍ୟ କହୁଛି ୨୦୨୪ ନଭେମ୍ବରରେ ଓଡ଼ିଶାରେ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୭୪,୧୮୧ ବଢ଼ିଛି। ଫଳରେ ରାଜ୍ୟରେ ମୋଟ୍‌ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୪୧ ଲକ୍ଷ ୮୭ ହଜାର ୯୪୭କୁ ବୃଦ୍ଧି ପାଇଛି। ଓଡ଼ିଶାରେ କେବଳ ଜିଓ ଓ ବିଏସ୍‌ଏନ୍‌ଏଲ୍‌ ନୂଆ ଗ୍ରାହକ ଯୋଡିଥିବା ବେଳେ ଅନ୍ୟ ଦୁଇ ଅପରେଟର ଏୟାରଟେଲ ଓ ଭୋଡାଫୋନ ଆଇଡିଆ ହଜାର ହଜାର ଗ୍ରାହକ ହରାଇଛନ୍ତି। ଜିଓ ୯୧ ହଜାର ନୂଆ ଗ୍ରାହକ ଯୋଡ଼ିଛି। ବିଏସ୍‌ଏନଏଲ ଏହି ମାସରେ ପ୍ରାୟ ୧୫୦୦୦ ନୂଆ ମୋବାଇଲ ଗ୍ରାହକ ଯୋଡିଥିବା ବେଳେ ଏୟାରଟେଲ ୨୬୦୦୦ରୁ ଅଧିକ ମୋବାଇଲ ଗ୍ରାହକ ହରାଇଛି ଏବଂ ଭୋଡାଫୋନ ଆଇଡ଼ିଆ ୬୦୦୦ରୁ ଅଧିକ ଗ୍ରାହକ ହରାଇଛି। ୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ଜିଓର ୧ କୋଟି ୫୫ ଲକ୍ଷ ୨୨ ହଜାର ୨୨୯, ଏୟାରଟେଲ୍‌ର ୧ କୋଟି ୧୭ ଲକ୍ଷ ୧୯,୨୮୨, ବିଏସ୍‌ଏନ୍‌ଏଲ୍‌ର ୫୫ ଲକ୍ଷ ୬୩ ହଜାର ୮୨୪ ଓ ଭୋଡାଫୋନ୍ ଆଇଡିଆର ୧୩ ଲକ୍ଷ ୮୨ ହଜାର ୬୧୨ ଗ୍ରାହକ ରହିଛନ୍ତି। ସର୍ବଭାରତୀୟ ସ୍ତରରେ ଗତ ନଭେମ୍ବରରେ ୧୭ ଲକ୍ଷ ୬୮ ହଜାରରୁ ଅଧିକ ମୋବାଇଲ୍‌ ଗ୍ରାହକ କଟିଛନ୍ତି। ଏୟାରଟେଲ୍‌ର ୧୧ ଲକ୍ଷ ୩୬ ହଜାର, ଭୋଡାଫୋନ୍ ଆଇଡିଆ ୧୫ ଲକ୍ଷ ୨ ହଜାର ଓ ବିଏସ୍‌ଏନ୍‌ଏଲ୍‌ ୩ ଲକ୍ଷ ୪୪ ହଜାର ଗ୍ରାହକଙ୍କୁ ହରାଇଛନ୍ତି। କେବଳ ଜିଓ ୧୨ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି ବୋଲି ଟ୍ରାଇ ତଥ୍ୟରୁ ଜଣାପଡ଼ିଛି। ଦେଶରେ ଜମ୍ମୁ ଓ କାଶ୍ମୀର, କୋଲକାତା, ପଞ୍ଜାବ, ମୁମ୍ବାଇ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ ଓ ହରିୟାଣାରେ ବହୁ ସଂଖ୍ୟାରେ ମୋବାଇଲ୍‌ ଗ୍ରାହକ କଟିଛନ୍ତି। ମଧ୍ୟପ୍ରଦେଶ, ଆସାମ, କେରଳ, ତାମିଲନାଡୁ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ଗ୍ରାହକ କମିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe