SlashGear
ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇ ବିଶ୍ବବ୍ୟାପୀ ଆତଙ୍କ ଖେଳାଇ ଦେଇଥିବା କରୋନା ଭାଇରସ୍ ପାଇଁ ବିଶ୍ବର ସବୁଠୁ ବଡ଼ ମୋବାଇଲ ବାଣିଜ୍ୟ ମେଳା ୱାର୍ଲଡ ମୋବାଇଲ କଂଗ୍ରେସ ୨୦୨୦କୁ ବାତିଲ କରି ଦିଆଯାଇଛି। କମ୍ପାନି ଗୁଡ଼ିକ ଏହି ଉତ୍ସବରେ ଯୋଗଦେବାରୁ ଦୂରେଇ ଯାଉଥିବାରୁ ଆୟୋଜକମାନେ ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଏସଏମ ଆସୋସିଏସନ୍ (ଜିଏସଏମଏ) ପକ୍ଷରୁ ଏହି ଉତ୍ସବ ଆୟୋଜନ କରାଯାଇଥାଏ। ଚଳିତମାସ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରାଯିବାକୁ ଯୋଜନା କରାଯାଇଥିଲା। ଏହି ଉତ୍ସବରେ ବିଶ୍ବରୁ ପ୍ରାୟ ୧ଲକ୍ଷରୁ ଅଧିକ ଲୋକ ଯୋଗ ଦିଅନ୍ତି। କେବଳ ଚୀନରୁ ୫ ହଜାରରୁ ୬ ହଜାର ପର୍ଯ୍ୟନ୍ତ ବ୍ୟକ୍ତି ଆସିଥାନ୍ତି।
Follow Us