ବଜେଟ୍ ପାଇଁ ୧୦୦ ଘଣ୍ଟା ସମୟ ଦେଇଥିଲେ ମୋଦୀ

Advertisment

ଅର୍ଥମନ୍ତ୍ରୀ ମହାଶୟା, ମୋ ପ୍ରଶ୍ନକୁ ଭୟ କରନି: ରାହୁଲ

ଅର୍ଥମନ୍ତ୍ରୀ ମହାଶୟା, ମୋ ପ୍ରଶ୍ନକୁ ଭୟ କରନି: ରାହୁଲ

ବଜେଟ୍ ପାଇଁ ୧୦୦ ଘଣ୍ଟା ସମୟ ଦେଇଥିଲେ ମୋଦୀ

ନୂଆଦିଲ୍ଲୀ: ବଜେଟ୍ ୨୦୨୦-୨୧ ବଜେଟ୍‌କୁ ପ୍ରସ୍ତୁତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜକୁ ସାମିଲ କରିଥିଲେ। ସେ ୧୦୦ ଘଣ୍ଟାରୁ ଅଧିକ ସମୟ ବଜେଟ୍ ପାଇଁ ଦେଇଥିଲେ ବୋଲି ଜଣାପଡ଼ିଛି। ସେ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିଜ୍ଞଙ୍କ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ପରାମର୍ଶକୁ ଶୁଣିଥିଲେ। ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ବଜେଟ୍ ପ୍ରସ୍ତୁତି ସହିତ ଜଡ଼ିତ ରହୁଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ସେ ସେହି ଅଭ୍ୟାସକୁ ଜାରି ରଖିଛନ୍ତି। ଚଳିତ ବର୍ଷର ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବଜେଟ୍ ଅଭିବୃଦ୍ଧିକୁ ବଢ଼ାଇବ, ସମସ୍ତ ନାଗରିକଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବ ଏବଂ ନୂଆ ଦଶନ୍ଧି ପାଇଁ ଅର୍ଥନୀତିର ମୂଳଦୁଆ ପକାଇବ।

publive-image The Hindu

ଅର୍ଥମନ୍ତ୍ରୀ ମହାଶୟା, ମୋ ପ୍ରଶ୍ନକୁ ଭୟ କରନି: ରାହୁଲ
ନୂଆଦିଲ୍ଲୀ: ବଜେଟ୍‌କୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁନାହାନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ‌ବଜେଟ୍‌ ଉପସ୍ଥାପନ ଦିନ ସେ ବଜେଟ୍‌କୁ ‘ଫମ୍ପା’ ବୋଲି କହିଥିଲେ। ଆଜି ସକାଳେ ପୁଣି ଥରେ ସେ ବଜେଟ୍‌କୁ ନେଇ ଆଉ ଏକ ଟୁଇଟ୍ କରିଛନ୍ତି। ରାହୁଲ ଲେଖିଛନ୍ତି, ଅର୍ଥମନ୍ତ୍ରୀ ମହାଶୟା, ମୋ ପ୍ରଶ୍ନକୁ ଭୟ କରନାହିଁ। ମୁଁ ଯୁବପିଢ଼ିଙ୍କ ତରଫରୁ ଏହି ପ୍ରଶ୍ନ କରୁଛି ଓ ଏହାର ଉତ୍ତର ଦେବା ଆପଣଙ୍କ ଦାୟିତ୍ବ। ଦେଶର ଯୁବପିଢ଼ି ନିଯୁକ୍ତି ଦରକାର କରୁଛି ଓ ସରକାର ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାହୁଲ ହିନ୍ଦୀ ଭାଷାରେ ଏହି ଟୁଇଟ୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe