ଅର୍ଥନୀତିଜ୍ଞଙ୍କ ସହ ମୋଦୀଙ୍କ ବୈଠକ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଶିଷ୍ଟ ଅର୍ଥନୀତିଜ୍ଞମାନଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।

ddgdgdaczv

Photograph: (Mint)

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଶିଷ୍ଟ ଅର୍ଥନୀତିଜ୍ଞମାନଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଅଥନୈତିକ ଉପଦେ‌ଷ୍ଟା ପରିଷଦ (ଇଏସି)ର ଏହି ବୈଠକରେ ଅର୍ଥନୀତିଜ୍ଞମାନଙ୍କ ବ୍ୟତୀତ କ୍ୟାବିନେଟ୍ ମନ୍ତ୍ରୀ ଓ ସଚିବମ‌ାନେ ଉପସ୍ଥିତ ଥିଲେ। ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ରୁଷ ଗସ୍ତ କରିବାକୁ ଯାଉଛି। ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ ଦୃଷ୍ଟିରେ ଏହି ଦୁଇ ଗସ୍ତର ବେଶ୍ ଗୁରୁତ୍ବ ରହିଛି। ସେଭଳି ଏକ ସମୟରେ ଏହି ବୈଠକ ଆୟୋଜନ ଅନେକ ମହତ୍ବ ରଖୁଛି।

ଆମେରିକା ପକ୍ଷରୁ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଯାଇଛି। ଏଥି ସହିତ ରୁଷ୍‌ ତେଲ କିଣିଥିବାରୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦିଆଯାଇଛି। ଆମେରିକାର ସେହି କାର୍ଯ୍ୟାନୁଷ୍ଠାନ ଦ୍ବାରା ଭାରତର ୪୦୦୦ କୋଟି ଡଲାରର ରପ୍ତାନି ପ୍ରଭାବିତ ହେବା ଆଶଙ୍କା ରହିଛି। ଦୁଇ ଦେଶ ଭିତରେ ସ୍ଥିତି ଭଲ ନଥିବାରୁ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମାକୁ ନେଇ ହେବାକୁ ଥିବା ଆଲୋଚନା ମଧ୍ୟ ବନ୍ଦ କରିଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe