ଜାତିସଂଘରେ ଘୋର ଆର୍ଥିକ ସଙ୍କଟ

Advertisment
ଜାତିସଂଘରେ ଘୋର ଆର୍ଥିକ ସଙ୍କଟ

ଓ୍ଵାସିଂଟ: ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଥିବା ଜାତିସଂଘ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସଦସ୍ୟ ରାଷ୍ଟ୍ର ଗୁଡ଼ିକୁ ଏଥିପାଇଁ ଅର୍ଥ ପ୍ରଦାନ ଲାଗି ଅନୁରୋଧ କରାଯାଇଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ଜାତିସଂଘ ସମ୍ମୁଖୀନ ହେଉଥିବା ଆର୍ଥିକ ସଙ୍କଟ ସମ୍ପର୍କରେ ମହାସଚିବ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଚିଠି ଲେଖିଛନ୍ତି। ସଦସ୍ୟ ରାଷ୍ଟ୍ର ଗୁଡ଼ିକ ଅର୍ଥ ପ୍ରଦାନରେ ବିଳମ୍ବ କରିବାରୁ ଜାତିସଂଘର ଆର୍ଥିକ ସ୍ଥିତି ଏଭଳି ହୋଇଛି ବୋଲି ସେ କହିଛନ୍ତି। ଆମ ନିକଟରେ ଅର୍ଥର ଉପଲବ୍ଧତା କେବେ ବି ଏତେ କମ୍‌ ସ୍ତରକୁ ଖସି ଆସି ନଥିଲା। ଏପରିକି ନିକଟ ଭବିଷ୍ୟତରେ ଜାତିସଂଘ ଅର୍ଥଶୂନ୍ୟ ହୋଇଯିବାର ଆଶଙ୍କା ମଧ୍ୟ ସେ ବ୍ୟକ୍ତ କରିଛନ୍ତି। ଏତଦ୍‌ବ୍ୟତୀତ ଗୁଟେରେସ୍‌ ଏହା ମଧ୍ୟ କହିଛନ୍ତି, ଖର୍ଚ୍ଚକାଟ ପାଇଁ ଜାତିସଂଘ କିଛିଟା ପଦକ୍ଷେପ ନେବ। ଏଥିସହିତ ଜାତିସଂଘର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରସ୍ତାବ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe