ୟୁପିଆଇରେ ଟଙ୍କା ଉଠାଣ ସୁବିଧା ଶୀଘ୍ର

ୟୁପିଆଇ ମାଧ୍ୟମରେ ଯେଭଳି ଲୋକମାନେ ଟଙ୍କା ଉଠାଇ ପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି। ବିଶେଷ କରି ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳର ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟି ଦିଆଯାଇଛି। ଦେଶବ୍ୟାପୀ ଥିବା ବିଜନେସ୍ କରେସ୍‌ପଣ୍ଡେଣ୍ଟ୍‌ (ବିସି) ନେଟ୍‌ୱର୍କକୁ ବ୍ୟବହାର....

upi chargess

Photograph: (SAMBAD.IN)

ନୂଆଦିଲ୍ଲୀ: ୟୁପିଆଇ ମାଧ୍ୟମରେ ଯେଭଳି ଲୋକମାନେ ଟଙ୍କା ଉଠାଇ ପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି। ବିଶେଷ କରି ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳର ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟି ଦିଆଯାଇଛି। ଦେଶବ୍ୟାପୀ ଥିବା ବିଜନେସ୍ କରେସ୍‌ପଣ୍ଡେଣ୍ଟ୍‌ (ବିସି) ନେଟ୍‌ୱର୍କକୁ ବ୍ୟବହାର କରି ୟୁପିଆଇ ଜରିଆରେ ଲୋକମାନଙ୍କୁ ଟଙ୍କା ଉଠାଇବା ସୁବିଧା ଦିଆଯିବ। ବର୍ତ୍ତମାନ କେବଳ ୟୁପିଆଇ ଉଠାଣ ସୁବିଧା ଥିବା ଏଟିଏମ୍‌ଗୁଡ଼ିକରୁ ୟୁପିଆଇ ଜରିଆରେ ଟଙ୍କା ଉଠାଇ ହେଉଛି।। ସେହିପରି ହାତଗଣତି କିଛି ବ୍ୟବସାୟୀଙ୍କୁ ସହରାଞ୍ଚଳରେ ଥରକୁ ୧୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୨୦୦୦ ଟଙ୍କା ପ୍ରଦାନ କରିବାର ଅନୁମତି ଦିଆଯାଇଛି। କିନ୍ତୁ ବିକାଶ କରାଯାଉଥିବା ନୂଆ ବ୍ୟବସ୍ଥା ବିସି ଆଉଟ୍‌ଲେଟ୍‌ରେ କ୍ୟୁଆର୍‌ କୋଡ୍ ସୁବିଧା ରହିବ। ଲୋକମାନେ ନିଜ ୟୁପିଆଇ ଆପ୍‌ରେ ସେହି କୋଡ୍‌କୁ ସ୍କାନ୍ କରି ଟଙ୍କା ଉଠାଇପାରିବେ। ବିସି ହେଉଛି ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍କର ଆଉଟ୍‌ଲେଟ୍‌ ଭାବେ କାମ କରୁଛନ୍ତି। ଦେଶରେ ୨୦ ଲକ୍ଷ ପାଖାପାଖି ବିସି ରହିଛନ୍ତି।

କ୍ୟୁଆର୍‌ କୋଡ୍ ସ୍କାନ୍ କରି ଟଙ୍କା ଉଠାଣ ସୁବିଧା ଆରମ୍ଭ କରିବାକୁ ନ୍ୟାସ୍‌ନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମତି ଲୋଡ଼ାଯାଇଛି। ‌ଏପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଅନୁମୋଦନ ମିଳିନାହିଁ। ବର୍ତ୍ତମାନ ବ୍ୟବସ୍ଥା ବିକାଶ ପର୍ଯ୍ୟାୟରେ ରହିଛି। ଏହି ବ୍ୟବସ୍ଥାରେ ଟଙ୍କା ଉଠାଇବାକୁ ଚାହୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା କଟିବ ଓ ସେହି ରାଶି ବିସି ଖାତାରେ ଜମା ହେବ। ଏହି ବ୍ୟବସ୍ଥା ବାୟୋମେଟ୍ରିକ୍ ଉଠାଣ ଓ ଏଟିଏମ୍ ଉଠାଣର ବିକଳ୍ପ ଭାବେ କାର୍ଯ୍ୟ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe