ମୁମ୍ବାଇ: ଟଙ୍କାର ବିନିମୟ ମୂଲ୍ୟ ଆଜି ପୁଣି ଡଲାର ତୁଳନାରେ ଦୁର୍ବଳ ହୋଇଯାଇଛି। ଆଜି ଟଙ୍କାର ବିନିମୟ ମୂଲ୍ୟ ୩୪ ପଇସା ହ୍ରାସପାଇଛି। ଫଳରେ ୧ ଡଲାରର ମୂଲ୍ୟ ୬୮ ଟଙ୍କା ୮୦ ପଇସାକୁ କମିଆସିଛି। ପୂର୍ବରୁ ୨୦୧୩ ଅଗଷ୍ଟ ୨୮ ତାରିଖରେ ଟଙ୍କା ଏହି ସ୍ତରରେ ରହିଥିଲା। ତେଣୁ ଗତ ପ୍ରାୟ ୫ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ଗୁରୁବାର ଦିନ ଟଙ୍କା ସର୍ବକାଳୀନ ନିମ୍ନସ୍ତରକୁ ଖସି ୬୯ ଟଙ୍କା ୧୦ ପଇସା ହୋଇଯାଇଥିଲା। ଆମଦାନୀକାରୀ ଏବଂ ଅନ୍ୟାନ୍ୟ ବ୍ୟବସାୟୀଙ୍କ ମଧ୍ୟରେ ଡଲାର ଚାହିଦା ବୃଦ୍ଧି ପାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us