ବଡ଼ କର୍ପୋରେଟ୍ ଋଣ ଉପରେ ନଜର ରଖ: କେନ୍ଦ୍ର

Advertisment
ବଡ଼ କର୍ପୋରେଟ୍ ଋଣ ଉପରେ ନଜର ରଖ: କେନ୍ଦ୍ର

Hindustan Times

ନୂଆଦିଲ୍ଲୀ : ଆମେରିକାରୁ ଆରମ୍ଭ ହୋଇ ସ୍ବିଜରଲ୍ୟାଣ୍ଡ୍‌ ଦେଇ ଜର୍ମାନୀରେ ପହଞ୍ଚିଥିବା‌ ବ୍ୟାଙ୍କ ସଙ୍କଟକୁ ନେଇ ସାରା ବିଶ୍ବ ଚିନ୍ତିତ ଥିବା ବେଳେ ସେଭଳି ଘଟଣାକୁ ଏଡ଼ାଇବା ଲାଗି ଭାରତ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବ୍ୟାଙ୍କ ବ୍ୟବସ୍ଥା କେତେ ଦୃଢ଼ ତାହା ଜାଣିବା ଲାଗି ଉଦ୍ୟମ କରାଯାଉଛି। ବଡ଼ କର୍ପୋରେଟ୍ ଋଣ ଉପରେ ନଜର ରଖିବା ଲାଗି ଅର୍ଥ ମନ୍ତ୍ରାଳୟ ବ୍ୟାଙ୍କଗୁଡ଼ିକୁ କହିଛି। ବଡ଼ ଋଣକୁ ନେଇ ଯଦି କିଛି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ ତାହାର କିଭଳି ମୁକାବିଲା କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରି ଦୁଇ ସପ୍ତାହ ଭିତରେ ଦାଖଲ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।

ଗତ ଶନିବାର ବ୍ୟାଙ୍କ ମୁଖ୍ୟମାନଙ୍କୁ ଅର୍ଥ ମନ୍ତ୍ରାଳୟର ଅଧିକାରୀମାନେ ଭେଟି ସମ୍ଭାବ୍ୟ ବିପଦ ଉପରେ ଆଲୋଚନା କରିଥିଲେ। ବଣ୍ଡ୍‌ରେ ବ୍ୟାଙ୍କଗୁଡ଼ିକ ତେକେ ନିବେଶ କରିଛନ୍ତି ତାହା ସରକାର ଜାଣିବାକୁ ଚାହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe