ମୋବାଇଲ୍‌ କଂପାନିଙ୍କ ଗ୍ରାହକ ପିଛା ମାସିକ ଆୟ ୧୦୮ ଟଙ୍କା

Advertisment
ଏପ୍ରିଲ ୧୫ରୁ ବନ୍ଦ ହେବ କଲ୍ ଫରଓ୍ବାର୍ଡିଙ୍ଗ୍ ସେବା, ସରକାରଙ୍କ ବଡ଼ ନିଷ୍ପତ୍ତି

The Economic Times

ଗ୍ରାହକ ମାସକୁ ପଠାଉଛନ୍ତି ୧୪ ଏସ୍‌ଏମ୍ଏସ୍‌
ଇନ୍‌କମିଂ କଲ୍‌ରେ ୪୧୩ ମିନିଟ୍‌ରୁ ଅଧିକ ସମୟ କଥାବାର୍ତା
କଂପାନିଙ୍କ ୮୩.୮% ରାଜସ୍ବ ଡାଟାରୁ ଆସୁଛି

ଭୁବନେଶ୍ବର : ମୋବାଇଲ୍ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ଗ୍ରାହକ ପିଛା ମାସକୁ ୧୦୮ ଟଙ୍କା ୧୬ ପଇସା ଆୟ କରୁଛନ୍ତି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ୨୦୨୧ର ଜୁଲାଇ-‌ସେପ୍ଟେମ୍ବର ମାସ ଲାଗି ଜାରି କରାଯାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। କିଛି ମାସ ପୂର୍ବରୁ ଏହି ଆୟ ଆହୁରି କମ୍ ଥିଲା। କଂପାନିଗୁଡ଼ିକ ରିଚାର୍ଜ ମୂଲ୍ୟ ବଢ଼ାଇବା ପରେ ସେଥିରେ ସୁଧାର ହୋଇଛି। ୨୦୨୦ ସେପ୍ଟେମ୍ବର ବେଳକୁ କଂପାନିଗୁଡ଼ିକର ଗ୍ରାହକ ପିଛା ମାସକୁ ୯୬ ଟଙ୍କା ୮୭ ପଇସା ଆୟ ହେଉଥିଲା ଯାହା ବହୁତ କମ୍ ବୋଲି ବିଚାର କରାଯାଉଛି। ୨୦୨୧ର ଏପ୍ରିଲ୍-ଜୁନ୍ ତିନି ମାସରେ ସେଥିରେ ସୁଧାର ଘଟିଥିଲା। ସେହି ସମୟରେ ଗ୍ରାହକ ପିଛା ମାସିକ ଆୟ ୧୦୪ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଥିଲା। ସେପ୍ଟେମ୍ବର ସୁଦ୍ଧା ସେଥିରେ ଆଉ ୪ ଟଙ୍କାରୁ ଅଧିକ ବୃଦ୍ଧି ହୋଇ ୧୦୮ ଟଙ୍କା ୧୬ ପଇସା ହୋଇଛି। ଟେଲିକମ୍ କଂପାନିଗୁଡ଼ିକର ସିଂହ ଭାଗ ଆୟ ଅର୍ଥାତ ୮୩.୮% ରାଜସ୍ବ ଗ୍ରାହକମାନେ ବ୍ୟବହାର କରୁଥିବା ଡାଟାରୁ ଆସୁଥିବା ବେଳେ କଲ୍‌ରୁ ୧୨.୨% ଆୟ ହେଉଛି।

ଏସ୍‌ଏମ୍‌ଏସ୍‌ରୁ ମାତ୍ର ୦.୧% ଆୟ ହେଉଛି। ମୋବାଇଲ୍‌ କଂପାନିଗୁଡ଼ିକର ୯୪.୨୧ ପ୍ରତିଶତ ଆୟ ପ୍ରିପେଡ୍ ସଂଯୋଗରୁ ଆସୁଛି। ଅବଶ୍ୟ ମୋଟ ରାଜସ୍ବରେ ପ୍ରିପେଡ୍‌ ରାଜସ୍ବର ଭାଗ କିଛି ମାସ ହେଲାଣି କ୍ରମାଗତ ଭାବେ ହ୍ରାସ ପାଉଛି। ୨୦୨୦ ଜୁଲାଇ-ସେପ୍ଟେମ୍ବରରେ ପ୍ରିପେଡ୍‌ରୁ ଆୟ ୯୫.୩୯ ପ୍ରତିଶତ ଥିଲା। ବର୍ଷକ ମଧ୍ୟରେ ତାହା ୯୪.୨୧ ପ୍ରତିଶତକୁ ହ୍ରାସ ପାଇଛି। ଜଣେ ଗ୍ରାହକ ମାସକୁ ହାରାହାରି ୪୧୩.୨୮ ମିନିଟ୍ ଇନ୍‌କମିଂ କଲ୍‌ କରୁଥିବା ବେଳେ ୪୧୩.୬୬ ମିନିଟ୍ ଆଉଟ୍‌ଗୋଇଙ୍ଗ୍‌ କଲ୍‌ରେ କଥାବାର୍ତା ହେଉଛନ୍ତି। ଉଭୟ ଇନକମିଂ ଓ ଆଉଟ୍‌ଗୋଇଙ୍ଗ୍‌ କଲ୍‌ରେ ଲୋକମାନେ ବିତାଉଥିବା ସମୟରେ ବର୍ଷକ ଭିତ‌ରେ ପ୍ରାୟ ୧୦୦ ମିନିଟ୍‌ର ବୃଦ୍ଧି ଘଟିଛି। ୨୦୨୦ ‌ଜୁଲାଇ-ସେପ୍ଟେମ୍ବରରେ ଗ୍ରାହକ ପିଛା ମାସିକ ଇନ୍‌କମିଂ କଲ୍ ସମୟ ୩୮୧.୩୫ ମିନିଟ୍ ଓ ଆଉଟ୍‌ଗୋଇଙ୍ଗ୍‌ କଲ୍‌ ୩୮୦.୦୮ ମିନିଟ୍ ଥିଲା। ଗ୍ରାହକ ପିଛା ମାସିକ ଏସ୍‌ଏମ୍ଏସ୍‌ ପଠାଇବା ସଂଖ୍ୟା ୧୪.୭୧ ରହିଛି।

ଜଣେ ଗ୍ରାହକ ୩୭.୮୨ ପ୍ରତିଶତ ଆଉଟ୍‌ଗୋଇଙ୍ଗ୍‌ କଲ୍ ନିଜ କଂପାନିର ନମ୍ବରକୁ କରୁଛନ୍ତି। ୪୧.୫ ପ୍ରତିଶତ କଲ୍‌ ନିଜ ଟେଲିକମ୍ ସର୍କଲ୍ ବାହାରରେ ଥିବା ନମ୍ବରକୁ କରୁଛନ୍ତି। ଲ୍ୟାଣ୍ଡ୍‌ଲାଇନ୍‌ ନମ୍ବରକୁ ସେମାନେ କ୍ବଚିତ୍‌ କଲ୍‌ କରୁଛନ୍ତି ବୋଲି ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe