ମୋରାଟୋରିଅମ୍ ବଢ଼ିବନି: ସୁପ୍ରିମ୍‌କୋର୍ଟ

Advertisment

ଚକ୍ରବୃଦ୍ଧି ସୁଧ, ଜରିମାନା ସୁଧ ଆଦାୟ ହେବନି

ଚକ୍ରବୃଦ୍ଧି ସୁଧ, ଜରିମାନା ସୁଧ ଆଦାୟ ହେବନି

ମରାଠା ସଂପ୍ରଦାୟଙ୍କୁ ସଂରକ୍ଷଣ ବ୍ୟବସ୍ଥା ରାୟରେ ଓଡ଼ିଶାର ୨ଟି ପ୍ରସଙ୍ଗ ଉଲ୍ଲେଖ

Lokmat

ନୂଆଦିଲ୍ଲୀ: କରୋନା ମହାମାରୀ ସମୟର ସ୍ଥିତି ବିଚାରକୁ ନେଇ ଗତବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଛଅ ମାସର ମୋରାଟୋରିଅମ୍ ସୁବିଧା ଦିଆଯାଇଥିଲା। ଏହି ଅବଧିରେ ଋଣ ନେଇଥିବା ଗ୍ରାହକମାନଙ୍କୁ କିସ୍ତି କିମ୍ବା ସୁଧ ଦେବାକୁ ପଡ଼ିନଥିଲା। ସେହି ସୁବିଧା ଆଉ କିଛି ମାସ ପର୍ଯ୍ୟନ୍ତ ଜାରି ରଖିବା ଦାବି କରି ବିଭିନ୍ନ ମହଲରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି। ମୋରାଟୋରିଅମ୍ ବଢ଼ାଇ ହେବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହି ସମୟରେ ସମ୍ପୂର୍ଣ୍ଣ ସୁଧ ଛାଡ଼ ସୁବିଧା ମଧ୍ୟ ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଏମ୍‌ଆର୍‌ ଶାହ ଓ ସଞ୍ଜୀବ ଖାନ୍ନାଙ୍କୁ ‌ନେଇ ଗଠିତ ଖଣ୍ଡପୀଠ ଆଜି ମୋରାଟୋରିଅମ୍ ମାମଲାର ରାୟ ପ୍ରକାଶ କରିଛନ୍ତି। କୋର୍ଟ ଆଜି ସ୍ପଷ୍ଟ କରିଛନ୍ତି ଯେ ମୋ‌ରାଟୋରିଅମ୍ ଅବଧି‌ ପାଇଁ କୌଣସି ଗ୍ରାହକଙ୍କ ଠାରୁ ଚକ୍ରବୃଦ୍ଧି ସୁଧ କିମ୍ବା ଜରିମାନା ସୁଧ ଆଦାୟ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଆଜିର ନିଷ୍ପତ୍ତି ଯୋଗୁଁ ସରକାରଙ୍କୁ ୧୩୫୦୦ କୋଟିରୁ ୧୪୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ଼ ବାବଦରେ ବୋଝ ବହନ କରିବାକୁ ହେବ। ଏଥିଯୋଗୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ ସୁଧ ଉପରେ ସୁଧ ଛାଡ଼ ଯୋଗୁ ସରକାରଙ୍କୁ ୬୫୦୦ କୋଟି ଟଙ୍କାର ବୋଝ ବହନ କରିବାକୁ ପଡ଼ିଥିଲା। ସବୁ ଋଣଗ୍ରହୀତାଙ୍କ ପାଇଁ ସୁଧ ଛାଡ଼ ନିର୍ଦ୍ଦେଶ ପରେ ସରକାରଙ୍କୁ ଆଉ ୭୦୦୦ କୋଟି ଟଙ୍କାରୁ ୭୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବୋଝ ବ‌ହନ କରିବାକୁ ହେବ ବୋଲି ଇକ୍ରାର ଉପସଭାପତି ଅନୀଲ ଗୁପ୍ତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe