Navbharat Times
ନୂଆଦିଲ୍ଲୀ: ଜୁନ ପହିଲାଠାରୁ ପୁଣି ଥରେ ଭାରତୀୟ ରେଳବାଇର ୨୦୦ଟି ଯାତ୍ରୀବାହୀ ରେଳ ସେବା ଆରମ୍ଭ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟର ସହିତ ପରାମର୍ଶ କରି ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ମେ ୨୧ ସକାଳ ୧୦ଟାରୁ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି। କିନ୍ତୁ ଯେତେବେଳେ ଟିକେଟ ବୁକିଂ ଆରମ୍ଭ ହୋଇଥିଲା ସେତେବେଳେ ଆଇଆରସିଟିସିର ସର୍ଭରରେ କେବଳ ୫୦ଟି ଟ୍ରେନ୍ର ଡାଟା ହିଁ ରହିଥିଲା। ଏହାକୁ ରେଳବାଇ ଭାଷାରେ ‘ଫାଇରିଙ୍ଗ’ କୁହାଯାଏ। ତେବେ ଯାତ୍ରୀ ଟିକେଟ ବୁକ୍ କରିବା ସମୟରେ ଯାତ୍ରା କରିବାକୁ ଥିବା ପଥ ସମ୍ପର୍କରେ ଆଇଆରସିଟିସି ସାଇଟରେ କୌଣସି ତଥ୍ୟ ନଥିବାରୁ ଯାତ୍ରୀମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ରେଳ ଅଧିକାରୀଙ୍କ କହିବାନୁସାରେ, କୌଣସି ଟ୍ରେନ୍ରେ ସିଟ୍ ବୁକିଂ ପୂର୍ବରୁ ପ୍ରଥମେ ସିଷ୍ଟମ୍ରେ ସେହି ଟ୍ରେନ୍ ସମ୍ଭନ୍ଧରେ ସମସ୍ତ ତଥ୍ୟ ରହିଥାଏ। ଅର୍ଥାତ ଟ୍ରେନ୍ରେ କେଉଁ ଶ୍ରେଣୀର ବଗି ରହିବ, କେତେଟି ବଗି ରହିବ, କେଉଁ କେଉଁ ସ୍ଥାନରେ ରହିବ, କେଉଁ ସ୍ଥାନ ପାଇଁ କେତେଟି ସିଟ୍ର କୋଟା ସ୍ଥିର ହେବ, ଦିବ୍ୟାଙ୍ଗ କୋଟା ତଥା ଅନ୍ୟ କୋଟା କେତେଟି ରହିଥିବ ତାହା ସୂଚିତ ହୋଇଥାଏ । ଏଥିସହିତ ଭଡ଼ା ସମ୍ପର୍କରେ ସମସ୍ତ ପ୍ରକାର ବିବରଣୀ ସର୍ଭରରେ ଉଲ୍ଲେଖ ରହିଥାଏ। ଏହା ବହୁତ ଆବଶ୍ୟକ ଓ ସମୟସାପେକ୍ଷ ବ୍ୟାପାର ହୋଇଥାଏ। ଟ୍ରେନ୍ ସମ୍ଭନ୍ଧୀୟ ତଥ୍ୟ ଦେଲା ବେଳେ ଖୁବ୍ ଯତ୍ନଶୀଳ ହେବାକୁ ପଡ଼ିଥାଏ। କାରଣ ଗୋଟିଏ ବି ଭୁଲ ତଥ୍ୟ ଟାଇପ୍ ହୋଇଗଲେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।
Travel Blog - Paytmଟ୍ରେନ୍ର ଫାଇରିଙ୍ଗ ପାଇଁ ବିଳମ୍ବରେ ରେଳ ବୋର୍ଡରୁ ସୂଚନା ମିଳିଥିଲା। ୨୦୦ଟି ଟ୍ରେନ୍ ଚଳାଚଳ ନେଇ ଗତକାଲି ରାତି୧୧ଟାରେ ନିଷ୍ପତ୍ତି ନିଆଗଲା। ଏହାପରେ ରାତିରେ କିଛି ସମୟ ପାଇଁ ସିଷ୍ଟମକୁ ବନ୍ଦ କରିବାକୁ ପଡ଼ିଥିଲା। ସିଷ୍ଟମ ଖୋଲିବା ପରେ ସୀମିତ କର୍ମଚାରୀଙ୍କ ସହିତ ସିଷ୍ଟମରେ ଟ୍ରେନ୍ର ଫାଇରିଙ୍ଗ ଆରମ୍ଭ ହୋଇଥିଲା। ସକାଳ ୧୦ଟା ସମୟରେ ବୁକିଂ ଖୋଲା ଯିବା ପରେ କେବଳ ୫୦ଟି ଟ୍ରେନ୍ର ଫାଇରିଙ୍ଗ ହୋଇ ପାରିଥିଲା। କୋଲକତା ପିଆରଏସ୍ର କାର୍ଯ୍ୟାଳୟରେ ତ ସୁପର ସାଇକ୍ଲୋ ଅମ୍ଫାନ୍ ହେତୁ ପାଣି ବି ପଶି ଯାଇଥିଲା। ତେଣୁ ସେଠାରେ ଟ୍ରେନ୍ର ଫାଇରିଙ୍ଗ ପାଇଁ ଅଧିକ ଅସୁବିଧା ପରିଲକ୍ଷିତ ହୋଇଥିଲା ବୋଲି ରେଳ ଅଧିକାରୀଙ୍କ ପକ୍ଷରୁ ପ୍ରକାଶ।
The Indian Expressତେବେ ସାଇଟରେ ଧୀରେ ଧୀରେ ଟ୍ରେନ୍ ସଂଖ୍ୟା ବୃଦ୍ଧି କରାଯାଉଛି। ସକାଳ ୧୧ଟା ପର୍ଯ୍ୟନ୍ତ ୬୯ଟି ଟ୍ରେନ୍ ଫାଇରିଙ୍ଗ ହୋଇଥିବା ବେଳେ ୧୨ଟା ସୁଦ୍ଧା ୭୩ଟି ଟ୍ରେନ୍ ବିବରଣୀ ରହିଥିଲା। ସେହିପରି ୨୦୦ଟ୍ରେନ୍ ମଧ୍ୟରୁ ଦିଲ୍ଲୀ ଓ ଲକ୍ଷ୍ମୌ ପଥରେ ଅନେକ ଟ୍ରେନ୍ ଯାତାୟାତ କରିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଆଜି ସକାଳ ୧୦ଟା ସମୟରେ ପାଖାପାଖି ଦୁଇଟି ଟ୍ରେନ୍ ମହାମନା ଏକ୍ସପ୍ରେସ୍ ସ୍ପେଶାଲ ଓ ସରୟୁ ଯମୁନା ଏକ୍ସପ୍ରେସ୍ ସ୍ପେଶାଲ ଟ୍ରେନ୍ର ଫାଇରିଙ୍ଗ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଦୁଇଟି ଟ୍ରେନ୍ର ସିଟ କିଛି ସମୟ ମଧ୍ୟରେ ବୁକ୍ ହୋଇଯାଇଥିଲା।
Follow Us