ଚଣ୍ଡିଗଡ଼: ଉତ୍ତର ଭାରତରେ କ୍ୟାମ୍ପସ ନିଯୁକ୍ତିରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ବିଶେଷ ସଫଳତା ହାସଲ କରିଛି। ୨୦୨୧ ମସିହାରେ ଉତ୍ତୀର୍ଣ୍ଣ ହେବାକୁ ଥିବା ବ୍ୟାଚର ୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କମ୍ପାନି ନିଯୁକ୍ତି ଅଫର ପ୍ରଦାନ କରିଛନ୍ତି। ବିଶ୍ବବିଦ୍ୟାଳୟର ଇଞ୍ଜିନିୟରିଂ, ଏମ୍ବିଏ, ହୋଟେଲ ମ୍ୟାନେଜମେଣ୍ଟ୍, ଫାର୍ମାସୀ, ବାୟୋ ଟେକ୍ନୋଲୋଜି, ଆର୍କିଟେକ୍ଚର ଏବଂ ଅନ୍ୟାନ୍ୟ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ପାଇଁ ୫୦୦ରୁ ଅଧିକ କମ୍ପାନି ଭର୍ଚୁଆଲ କ୍ୟାମ୍ପସ ଚୟନ କରିଥିଲେ ବୋଲି ବିଶ୍ବବିଦ୍ୟାଳୟର ଚାନସେଲର ସତ୍ନାମ ସିଂହ ସାନ୍ଧୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଇଞ୍ଜିନିୟରିଂ କ୍ଷେତ୍ରରେ ସିଏସ୍ଇ/ଆଇଟି ଶାଖା ଛାତ୍ରଙ୍କୁ ବାର୍ଷିକ ସର୍ବାଧିକ ୩୫ ଲକ୍ଷ ଟଙ୍କା ମିଳିଛି। କ୍ୟାମ୍ପସ ନିଯୁକ୍ତି ସଂପର୍କରେ ବିସ୍ତୃତ ସୂଚନା ବିଶ୍ବବିଦ୍ୟାଳୟର ବରିଷ୍ଠ ଉପସଭାପତି ପ୍ରଫେସର ହିମାନି ସୁଦ୍ କହିଛନ୍ତି ଆମେରିକାଭିତ୍ତିକ ବହୁଦେଶୀୟ କମ୍ପାନି ଆର୍କେସିୟମ ପକ୍ଷରୁ ଏହି ଉପରୋକ୍ତ ପ୍ୟାକେଜ ପ୍ରଦାନ କରାଯାଇଛି। ଆଜି ସୁଦ୍ଧା ବିଶ୍ବବିଦ୍ୟାଳୟରେ ଫର୍ଚ୍ୟୁନ-୫୦୦ କମ୍ପାନି ମଧ୍ୟରୁ ୩୦୦ ଏବଂ ଭାରତର ଶ୍ରେଷ୍ଠ ୧୦୦ କମ୍ପାନି ମଧ୍ୟରୁ ୫୦ କମ୍ପାନି କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ଭାଗ ନେଇଛନ୍ତି। ଖ୍ୟାତନାମା କମ୍ପାନି ଗୁଡ଼ିକ ମଧ୍ୟରେ ଗୁଗଲ୍, ମାଇକ୍ରୋସଫ୍ଟ, ଆମାଜନ ଓ ଆଇବିଏମ୍ ଆଦି ରହିଛନ୍ତି।
Follow Us