Fast Company
ମୁମ୍ବାଇ: ୟୁକ୍ରେନ୍ ସହ ଯୁଦ୍ଧ ଲଢ଼ୁଥିବା ରୁଷ୍ ସହିତ ଭାରତର ବାଣିଜ୍ୟ କାରବାର ରେକର୍ଡ ସ୍ତରରେ ପହଞ୍ଚିଛି। ତେଲ ପରେ ସାର ହେଉଛି ଦ୍ବିତୀୟ ସାମଗ୍ରୀ ଯାହା ରୁଷ୍ଠାରୁ ଭାରତ ସର୍ବାଧିକ ପରିମାଣରେ କିଣୁଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଭାରତକୁ ସର୍ବାଧିକ ସାର ଯୋଗାଇଛି ରୁଷ୍। ଏହି ଦେଶରୁ ୨.୧୫ ନିୟୁତ ଟନ୍ ସାର ଆମଦାନି କରାଯାଇଛି ଯାହା ଗତବର୍ଷ ତୁଳନାରେ ୩୭୧% ଅଧିକ। ୨୦୨୧-୨୨ ଆର୍ଥିକ ବର୍ଷ ସାରାରେ ଭାରତ ରୁଷ୍ରୁ ୧.୨୬ ନିୟୁତ ଟନ୍ ସାର ମଗାଇଥିଲା। ବିଶ୍ବ ବଜାର ଦାମ୍ ତୁଳନାରେ ଟନ୍ ପିଛା ୭୦ ଡଲାର ରିହାତିରେ ଭାରତକୁ ରୁଷ୍ ସାର ବିକ୍ରି କରୁଛି। ରୁଷ୍ ହେଉଛି ବିଶ୍ବର ଏକ ପ୍ରମୁଖ ସାର ଯୋଗାଣକାରୀ ଦେଶ।
Follow Us