ମୋଟର ବୀମା କ୍ଲେମ୍‌ରେ କାରସାଦି!

Advertisment
ମୋଟର ବୀମା କ୍ଲେମ୍‌ରେ କାରସାଦି!

????????????????????????????????????

ଭୁବନେଶ୍ୱର: ସାଧାରଣ ବୀମା କଂପାନିଗୁଡ଼ିକ ପାଇଁ ଏକ ବଡ଼ ସମସ୍ୟା ଦେଖାଦେଇଛି। ତାହା ହେଉଛି ମୋଟର ବୀମା ଦାବି (କ୍ଲେମ୍‌)ରେ ବ୍ୟାପକ କାରସାଦି। ତୃତୀୟ ପକ୍ଷ ମୋଟର ବୀମାରେ ମିଥ୍ୟା ଦାବିର ସଂଖ୍ୟା ଅଧିକ। ଏଥିପାଇଁ ବୀମା କଂପାନିଗୁଡ଼ିକ ପ୍ରଭାବିତ ହେଉଥିବା ବେଳେ ଗ୍ରାହକମାନଙ୍କ ଉପରେ ପ୍ରିମିୟମ୍‌ ବୋଝ ମଧ୍ୟ ବୃଦ୍ଧି ପାଉଛି। ଓଡ଼ିଶାରେ ମଧ୍ୟ ଏଭଳି ଦାବି କାରସାଦି ହେଉଛି ବୋଲି ଆଇସିଆଇସିଆଇ ଲୋମ୍ବାର୍ଡ ପକ୍ଷରୁ ଅଭିଯୋଗ କରାଯାଇଛି। କଂପାନିର ଚିଫ୍‌ ଲିଗାଲ୍‌ ଅଫିସର୍‌ ଲୋକନାଥ କର କହିଛନ୍ତି ଯେ, ୨.୦୫ କୋଟି ଟଙ୍କା ଜଡ଼ିତ ଥିବା ୨୧ଟି ମାମଲାକୁ କଂପାନି ଅର୍ଥନୈତିକ ଅପରାଧ ଶାଖାକୁ ହସ୍ତାନ୍ତର କରିଥିବା ବେଳେ ୧.୧୫ କୋଟି ଟଙ୍କାର ୧୩ଟି ମାମଲା କ୍ରାଇମ୍‌ବ୍ରାଞ୍ଚ୍‌କୁ ହସ୍ତାନ୍ତର କରାଯାଇଛି। ରାଜ୍ୟର ଖଣି ଅଞ୍ଚଳଗୁଡ଼ିକରେ ଏଭଳି କାରସାଦିର ସଂଖ୍ୟା ଅଧିକ ରହୁଥିବା ସେ କହିଛନ୍ତି। ଏଭଳି ମିଥ୍ୟା ଦାବି ଉପରେ ରୋକ ନଲଗାଇଲେ ଗ୍ରାହକମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ବୋଲି ସେ କହିଛନ୍ତି। କାରଣ, ଆଇଆର୍‌ଡିଏଆଇ ମୋଟର ବୀମାର ପ୍ରିମିୟମ୍‌ ଧାର୍ଯ୍ୟ କରିଥାଏ। ସେଥିପାଇଁ ଏହି ନିୟାମକ ସଂସ୍ଥା ବୀମା କଂପାନିଗୁଡ଼ିକର ଦାବି ସମାଧାନ ବିଚାରକୁ ନେଇଥାଏ। କଂପାନିଗୁଡ଼ିକର ଦାବି ପ୍ରଦାନ ଅର୍ଥରାଶି ବଢ଼ିଲେ ଗ୍ରାହକଙ୍କ ଉପରେ ପ୍ରିମିୟମ୍‌ ବୋଝ ବଢ଼ିଥାଏ ବୋଲି ସେ କହିଛନ୍ତି। ମୋଟର ବୀମା ଦାବିରେ ହେଉଥିବା କାରସାଦିକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ଟିମ୍‌ ଗଠନ କରାଯାଇଛି। ଓଡ଼ିଶା ମଧ୍ୟ ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe