୩ ପାମ୍ ଅଏଲ୍‌ କମ୍ପାନି ସହ ଏମ୍‌ଓୟୁ

Advertisment

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ  ଚାରିଟି ଜିଲ୍ଲା ପାଇଁ ତିନିଟି ପାମ୍ ଅଏଲ୍‌ କମ୍ପାନି ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଏହି କମ୍ପାନିଗୁଡ଼ିକ ରାଜ୍ୟରେ ଏକ ବୃହତ୍‌ ଅଏଲ୍‌ ପାମ୍ କ୍ଷେତ୍ର ପ୍ରସ୍ତୁତ କରିବେ।

fhfhbvvbg

ଭୁବନେଶ୍ବର: ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ  ଚାରିଟି ଜିଲ୍ଲା ପାଇଁ ତିନିଟି ପାମ୍ ଅଏଲ୍‌ କମ୍ପାନି ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଏହି କମ୍ପାନିଗୁଡ଼ିକ ରାଜ୍ୟରେ ଏକ ବୃହତ୍‌ ଅଏଲ୍‌ ପାମ୍ କ୍ଷେତ୍ର ପ୍ରସ୍ତୁତ କରିବେ। ଏହା ଦ୍ବାରା ରାଜ୍ୟରେ ଅଏଲ୍‌ ପାମ୍ ଚାଷ ବୃଦ୍ଧି ପାଇବା ସହ ଖାଇବା ତେଲ ଉତ୍ପାଦନ ବଢ଼ିବ। କୃଷକଙ୍କ ଆୟ ବଢ଼ିବ ଓ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ହେବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ଏନ୍‌ଏମ୍‌ଇଓ-ଓପି ଯୋଜନା ଅଧୀରେ ଏହି ବୁଝାମଣା ହୋଇଛି। କଟକ ପାଇଁ ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌, ଅନୁଗୁଳ ପାଇଁ ତୁମ୍ମାଲା ଆଗ୍ରୋ ଫୁଡ୍‌ ପ୍ରଡକ୍ଟସ୍‌ ଏବଂ ଢେଙ୍କାନାଳଯାଜପୁର ଜିଲ୍ଲା ପାଇଁ ଲିଭ୍‌ ପାମ୍‌ ରିସୋ‌ର୍ସେସ୍‌ ସହିତ ବୁଝାମଣା ହୋଇଛି। ଏହି ବୁଝାମଣା ଦ୍ବାରା ଆଗାମୀ ଦିନରେ ରାଜ୍ୟର ଚାଷୀ, ଯୁବବର୍ଗ ଓ ଶ୍ରମିକମାନେ ଉପକୃତ ହେବେ। ଏହି ଅବସରରେ କୃଷି ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ, କୃଷି ନିର୍ଦ୍ଦେଶକ ଶୁଭମ୍‌ ସକ୍‌ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe