ଏମ୍‌ଏସ୍‌ଏମ୍‌ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା ୮ରୁ

Advertisment
ଏମ୍ଏସ୍‌ଏମ୍‌ଇକୁ ଋଣ ପ୍ରଦାନରେ ବୃଦ୍ଧି, ପିଏମ୍‌ଇଜିପିରେ ଦିଆଯାଇଛି ୧୧୫ କୋଟି

indiamart.com

ଭୁବନେଶ୍ବର: ରାଜ୍ୟ ଏମ୍ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଚଳିତ ମାସ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୦ ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ଏହା ହେଉଛି ଏହି ବାଣିଜ୍ୟ ମେଳାର ଅଷ୍ଟମ ସଂସ୍କରଣ। ଏଥରର ବିଷୟବସ୍ତୁ ହେଉଛି ‘ଫୋକସ୍‌ ଏମ୍‌ଏସ୍‌ଏମ୍‌ଇ ଆଟ୍‌ ୨୦୨୦’। ଆଜି ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ବାଣିଜ୍ୟ ମେଳାରେ ୪ଟି ହ୍ୟାଙ୍ଗର୍‌ ରହିବ ଓ ପ୍ରତି ହ୍ୟାଙ୍ଗର୍‌ରେ ୭୦ଟି ଷ୍ଟଲ୍‌ ରହିବ। ଏହି ଅବସରରେ କ୍ରେତା-ବିକ୍ରେତା ସମ୍ମିଳନୀ ଆୟୋଜନ କରାଯିବ। ଏମ୍‌ଏସ୍‌ଏମ୍‌ଇ କଂପାନିଗୁଡ଼ିକ ସେମାନଙ୍କ ଉତ୍ପାଦ ପ୍ରଦର୍ଶିତ କରିବେ। ଏହା ବ୍ୟତୀତ ନୂତନ ପ୍ରଯୁକ୍ତି ପ୍ରଦର୍ଶିତ କରାଯିବ ଏବଂ ଷ୍ଟାର୍ଟଅପ୍ ସଂସ୍ଥା ମଧ୍ୟ ଏଥିରେ ଭାଗ ନେବେ। ୱାର୍ଲଡ୍‌ ଟ୍ରେଡ୍‌ ‌ସେଣ୍ଟର୍‌ ଜରିଆରେ ମହିଳା ଉଦ୍ୟୋଗୀମାନେ ଯୋଗ ଦେବେ। କ୍ଷେତ୍ର ଭିତିକ ସେମିନାର ଆୟୋଜନ କରାଯିବ। ଇରାନ ଓ ବାଲାଂଦେଶରୁ ଆସିବାକୁ ଥିବା ବିଦେଶୀ ପ୍ରତିନିଧିଙ୍କ ସହ ବ୍ୟବସାୟ ନେଟ୍‌ୱର୍କିଂ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଅବସରରେ ବି୨ବି, ବି୨ସି ଓ ବି୨ଜି ବୈଠକ ଆୟୋଜନ କରାଯିବ। ଏହି ବାଣିଜ୍ୟ ମେଳାକୁ ୩ ଲକ୍ଷରୁ ଅଧିକ ଲୋକଙ୍କ ଆଗମନ ହେବ ବୋଲି ଆକଳନ କରାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ମେଳା ପରିସରରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe