ଏମ୍ଏସ୍‌ଏମ୍‌ଇକୁ ଋଣ ପ୍ରଦାନରେ ବୃଦ୍ଧି, ପିଏମ୍‌ଇଜିପିରେ ଦିଆଯାଇଛି ୧୧୫ କୋଟି

Advertisment
ଏମ୍ଏସ୍‌ଏମ୍‌ଇକୁ ଋଣ ପ୍ରଦାନରେ ବୃଦ୍ଧି, ପିଏମ୍‌ଇଜିପିରେ ଦିଆଯାଇଛି ୧୧୫ କୋଟି

indiamart.com

ଭୁବନେଶ୍ବର: ରାଜ୍ୟରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ)ଗୁଡ଼ିକୁ ୨୦୨୦-୨୧ରେ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦେଇଛନ୍ତି। ଏକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି ବୋଲି ରାଜ୍ୟ ଏମ୍ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ଜରୁରୀକାଳୀନ କ୍ରେଡିଟ୍‌ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍‌ରେ ବିଭିନ୍ନ ସଂସ୍ଥାକୁ ୩୩୦୮.୬୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେଥି ମଧ୍ୟରୁ ୩୧୦୭.୮୨ କୋଟି ଟଙ୍କା ଉଦ୍ୟୋଗୀମାନଙ୍କୁ ଦିଆଯାଇଛି। ପିଏମ୍‌ଇଜିପିରେ ୪୩୫୮ଟି ଉଦ୍ୟୋଗ ମଧ୍ୟରୁ ୩୬୯୪ ଉଦ୍ୟୋଗକୁ ପ୍ରାୟ ୧୧୫ କୋଟି ଟଙ୍କାର ଋଣ ଦିଆଯାଇଛି। ପିଏମ୍‌ଏଫ୍‌ଏମ୍‌ଇ ଅଧୀନରେ ୨୮୧୪ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ସିଡ୍ ମନି ଆକାରରେ ୭୭୪ ଲକ୍ଷ ଟଙ୍କା ଦିଆଯାଇଛି।

ଏହା ବ୍ୟତୀତ ୨୧ଟି ଏସ୍‌ଏଚ୍‌ଜିକୁ ୫୩,୯୬ ଲକ୍ଷ ଟଙ୍କାର ସବ୍‌ସିଡି ଦିଆଯାଇଛି। ୩ଟି ଏଫ୍‌ପିଓକୁ ସବ୍‌ସିଡି ଦେବା ଲାଗି କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଗଞ୍ଜାମର ରଙ୍ଗେଇଲୁଣ୍ଡା ଠାରେ ମତ୍ସ୍ୟ ଉତ୍ପାଦନ ଲାଗି ଇନ୍‌କ୍ୟୁବେସନ୍ ସେଣ୍ଟର୍‌ ସ୍ଥାପନ କରିବା ନିମନ୍ତେ ଓୟୁଏଟିକୁ ୧୬୩ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ଉପଯୁକ୍ତ ପ୍ୟାକେଜିଂ ବିକଶିତ କରିବା ଏବଂ ଓଡ଼ିଶାର ସାମଗ୍ରୀଗୁଡ଼ିକର ବ୍ରାଣ୍ଡିଂ କରିବା ଲାଗି ଓର୍‌ମାସ୍‌କୁ ୮.୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ଅଣୁ ଉଦ୍ୟୋଗଗୁଡ଼ିକୁ ଋଣ ମଞ୍ଜୁର କରିବା ଏବଂ ୫୦% ସବ୍‌ସିଡି ଦେବା ଲାଗି ବିଭିନ୍ନ ବ୍ୟାଙ୍କକୁ ୩୮୩ଟି ଆବେଦନ ପଠାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୮୯ କୋଟି ଟଙ୍କାର କୋଭିଡ୍‌ ସହାୟତା ପ୍ୟାକେଜ୍‌‌ର ରିହାତି ଯୋଗୁଁ ଋଣ ଯୋଗାଣରେ ଏହି ସଫଳତା ମିଳିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe