ଜିଓମନି ଆଣିବେ ମୁକେଶ!

Advertisment
ଜିଓମନି ଆଣିବେ ମୁକେଶ!

ନୂଆଦିଲ୍ଲୀ: ବିଟ୍‌କଏନ୍‌ ଭଳି କ୍ରିପ୍ଟୋକରେନ୍ସିକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚା ଚାଲିଥିବାବେଳେ ଏହାକୁ ବଡ଼ ଖୋରାକ ଯୋଗାଇଛନ୍ତି ଭାରତର ସର୍ବୋଚ୍ଚ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି। ମୁକେଶ ‘ଜିଓମନି’ ନାମରେ ଏକ ନିଜସ୍ୱ କ୍ରିପ୍ଟୋକରେନ୍ସି ଆଣିବା ଯୋଜନା ରଖିଥିବା କୁହାଯାଉଛି। ମୋବାଇଲ ସେବା କ୍ଷେତ୍ରରେ ହଇଚଇ ସୃଷ୍ଟି କରିବା ପରେ ମୁକେଶ ଏବେ ଏହି ନୂଆ ବ୍ୟବସାୟରେ ପ୍ରବେଶ କରିବା ସମ୍ଭାବନା ରହିଛି। ଏକ ଇଂରାଜୀ ବିଜ୍‌ନେସ୍‌ ସମ୍ବାଦପତ୍ର ‘ମିଣ୍ଟ୍‌’ର ରିପୋର୍ଟ ଅନୁଯାୟୀ, ଏଥିପାଇଁ ଏକ ୫୦ ଜଣିଆ ଯୁବ ଟିମ୍‌ ଗଠନ କରିଛି କମ୍ପାନି। ଏହି ୫୦ ଜଣିଆ ଟିମ୍‌ରେ ସାମିଲ କର୍ମଚାରୀମାନଙ୍କର ହାରାହାରି ବୟସ ୨୫ ବର୍ଷ ରହିଥିବା କୁହାଯାଉଛି। ଏହି ପ୍ରକଳ୍ପର ନେତୃତ୍ୱ ନିଜେ ମୁକେଶଙ୍କ ବଡ଼ ପୁଅ ଆକାଶ ନେଉଛନ୍ତି ବୋଲି ଏହି କାର୍ଯ୍ୟ ସହିତ ଜଡ଼ିତ ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତରେ କହିଛନ୍ତି।

ଦକ୍ଷିଣ କୋରିଆରେ ବିଟ୍‌କଏନ୍‌ ଏକ୍ସଚେଞ୍ଜ ଓ ଏହି ମୁଦ୍ରାକୁ ମାନ୍ୟତା ପ୍ରଦାନ କରୁଥିବା ବ୍ୟାଙ୍କ ବିରୋଧରେ ସେଠାକାର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବିଶ୍ୱବ୍ୟାପୀ ଏହାର ମୂଲ୍ୟ ସାଂଘାତିକ ହ୍ରାସ ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱରେ କାରବାର ହେଉଥିବା ସମୁଦାୟ କ୍ରିପ୍ଟୋକରେନ୍ସିରେ ଦକ୍ଷିଣ କୋରିଆର ଯୋଗଦାନ ପ୍ରାୟ ୨୦ ପ୍ରତିଶତ ରହିଛି। ତେଣୁ ସେଠାରେ ଏହି ମୁଦ୍ରା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଫଳରେ ଏହାର ପ୍ରତିକୂଳ ପ୍ରଭାବ ଏହି ବଜାର ଉପରେ ପଡ଼ିବ ବୋଲି ଆକଳନ କରାଯାଉଛି। ଏଭଳି ସମୟରେ ରିଲାଏନ୍ସ ଜିଓମନି କ୍ରିପ୍ଟୋକରେନ୍ସି ଆଣିବା ଯୋଜନା ରଖିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe