ଜନ୍ମଦିନ ଶୁଭେଚ୍ଛା: ନିର୍ଭୀକ ମୁକେଶ ଅମ୍ବାନୀଙ୍କୁ ଏହି ଜିନିଷ ପ୍ରତି ରହିଛି ଭୟ

Advertisment
ଜନ୍ମଦିନ ଶୁଭେଚ୍ଛା: ନିର୍ଭୀକ ମୁକେଶ ଅମ୍ବାନୀଙ୍କୁ ଏହି ଜିନିଷ ପ୍ରତି ରହିଛି ଭୟ

Reuters

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ କିଏ ବା ନ ଜାଣେ? ତାଙ୍କର ନିର୍ଭୀକ ସ୍ବଭାବ ହେତୁ ସେ ଆଜି ଦୁନିଆର ଜଣେ ଜଣାଶୁଣା ଉଦ୍ୟୋଗପତି। ଦେଶରେ ଧନୀ ତାଲିକାରେ ସେ ପ୍ରଥମ ସ୍ଥାନରେ ରହୁଥିବା ବେଳେ ସାରା ବିଶ୍ବରେ ବି ତାଙ୍କୁ କୋଣଅନୁକୋଣରେ ପ୍ରାୟ ସମସ୍ତେ ଜାଣନ୍ତି। ଆଜି ‌ବିଜିନେସ୍‌ ଟାଇକନ୍‌ ମୁକେଶ ଅମ୍ବାନୀଙ୍କ ୬୫ତମ ଜନ୍ମଦିନ।

ଅମ୍ବାନୀଙ୍କ ଜନ୍ମ ୧୯୫୭ ମସିହା ଏପ୍ରିଲ୍‌ ୧୯ ତାରିଖରେ ହୋଇଥିଲା। ଧୀରୁଭାଇ ଅମ୍ବାନୀଙ୍କର ସେ ହେଉଛନ୍ତି ଜ୍ୟୋଷ୍ଠ ସନ୍ତାନ। ମୁକେଶ ପାଠପଢ଼ା ସମୟରୁ ହିଁ ନିଜ ବାପାଙ୍କୁ ବ୍ୟବସାୟରେ ସାହାଯ୍ୟ କରି ଆସୁଥିଲେ। କହିବାକୁ ଗଲେ ବାପାଙ୍କଠାରୁ ହିଁ ସେ ବ୍ୟବସାୟ କୌଶଳ ଶିକ୍ଷା ଲାଭ କରିଛନ୍ତି। ଯାହାଫଳରେ ସାରା ବିଶ୍ବ‌ରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

ତେବେ ପିଲାଦିନରୁ ନିର୍ଭୀକ ଭାବେ ବଡ଼ ହୋଇଥିବା ମୁକେଶଙ୍କର ବି ଭୟ ଅଛି। ଆପଣ ଜାଣନ୍ତି କି ସେ କାହାକୁ ଭୟ କରନ୍ତି? ଥରେ ମୁକେଶ ଅମ୍ବାନୀ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ ତାଙ୍କୁ ପବ୍ଲିକ୍‌ ସ୍ପିଚ୍‌(ସର୍ବସାଧାରଣରେ ବତ୍କୃତା)କୁ ଖୁବ୍‌ ଭୟ ଲାଗେ। ସେ ସର୍ବସାଧାରଣରେ ମନ ଖୋଲି ଗପିପାରନ୍ତି ନାହିଁ। ମଞ୍ଚ ଉପରେ କିମ୍ବା କ୍ୟାମେରା ସାମ୍ନାରେ ରହିଲେ ସେ ଠିକ୍‌ ଭାବେ କଥା କହିପାରନ୍ତି ନାହିଁ।

ଆପଣ ବି ମୁକେଶଙ୍କୁ ଖବ୍ କମ୍‌ ସମୟରେ ଟିଭି କିମ୍ବା ମଞ୍ଚରେ ଭାଷଣ ଦେଉଥିବାର ଦେଖିଥିବେ। ସାଧାରଣତଃ କିଛି ବିଜିନେସ୍‌ ମିଟିଂ ଥିଲେ ହିଁ ଆବଶ୍ୟକସ୍ଥଳେ ମୁହଁ ଖୋଲିଥାନ୍ତି ମୁକେଶ। ସେ ସୋସିଆଲ୍‌ ମିଡିଆରେ ବି ଖୁବ୍‌ ନିଷ୍କ୍ରିୟ ରହିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe