ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ଦୀପାବଳି ନୈଶ ଭୋଜିରେ ବିଶିଷ୍ଟ ଉଦ୍ୟୋଗପତି ସ୍ବର୍ଗତଃ ରତନ ଟାଟାଙ୍କୁ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ପରିବାର ସମେତ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିରେ ମୁକେଶ ଅମ୍ବାନି, ନୀତା ଅମ୍ବାନିଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଏବଂ ରିଲାଏଲ୍ସର ହଜାର ହଜାର କର୍ମଚାରୀ ଯୋଗଦେଇଥିଲେ। ନୀତା ଅମ୍ବାନି ତାଙ୍କ ଭାଷଣରେ ରତନ ଟାଟାଙ୍କୁ ଭାରତର ମହାନ ସନ୍ତାନ ବୋଲି ବର୍ଣ୍ଣନା କରିଥିଲେ। ୪ ଦିନ ପୂର୍ବେ ଆମେ ଭାରତର ଏକ ମହାନ ସନ୍ତାନଙ୍କୁ ହରାଇଛେ। ରତନ ଟାଟାଙ୍କ ପରଲୋକ ଆମକୁ ଦୁଃଖ ଦେଇଛି। ମୋ ଶ୍ବଶୁର, ମୁକେଶ ଏବଂ ଆମ ପରିବାରର ପ୍ରିୟ ବନ୍ଧୁ ରତନ ଟାଟା ଥିଲେ। ଆକାଶର ମଧ୍ୟ ପରାମର୍ଶଦାତା ରହିଥିଲେ। ସେ ଜଣେ ଦୂରଦୃଷ୍ଟିସଂପନ୍ନ ଶିଳ୍ପପତି ଏବଂ ମାନବହିତୈଷୀ ବ୍ୟକ୍ତି ଥିଲେ ଯିଏ କି ସବୁବେଳେ ସମାଜର ଭଲ ପାଇଁ କାର୍ଯ୍ୟ କରୁଥିଲେ ବୋଲି ନୀତା କହିଥିଲେ। ଉପସ୍ଥିତ ବ୍ୟକ୍ତିମାନେ ରତନ ଟାଟାଙ୍କ ଆତ୍ମାର ସଦ୍ଗତି ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।
ରତନ ଟାଟାଙ୍କୁ ମୁକେଶ ଅମ୍ବାନି ପରିବାରର ଶ୍ରଦ୍ଧାଞ୍ଜଳି
Advertisment
Follow Us