ବିଶ୍ୱର ଧନୀ ତାଲିକାରେ ୧୩ତମ ସ୍ଥାନରେ ମୁକେଶ ଆମ୍ବାନୀ, ୪୮ତମ ସ୍ଥାନରେ ଅଜିମ୍ ପ୍ରେମଜୀ

Advertisment

୯୨ ଏବଂ ୯୬ତମ ସ୍ଥାନରେ ଶିବ ନାଦର ଓ ଉଦୟ କୋଟକ

୯୨ ଏବଂ ୯୬ତମ ସ୍ଥାନରେ ଶିବ ନାଦର ଓ ଉଦୟ କୋଟକ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ (ଆରଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତିତ୍ୱ ଭାବେ ପରିଚିତ। କେବଳ ଏତିକି ନୁହେଁ ସେ ଧନୀ ତାଲିକାରେ ବିଶ୍ୱରେ ୧୩ତମ ସ୍ଥାନ ଅଧିକାର କରିଛନ୍ତି। ବ୍ଲୁମ୍‌ବର୍ଗ ବିଲିୟନିୟର୍ସ ଇନଡେକ୍ସ ଆଧାରରେ ଅମ୍ବାନୀ ୫୧.୮ ବିଲିୟନ୍‌ ଡଲାର ସମ୍ପତ୍ତିର ଅଧିକାରୀ ବୋଲି  ଜଣାପଡ଼ିଛି। ଏଥିସହ ସେ ବ୍ଲୁମ୍‌ବର୍ଗ ବିଲିୟନିୟର୍ସ  ବିଶ୍ବ ଧନୀ ତାଲିକାର ୧୩ ତମ ସ୍ଥାନ ହାସଲ କରିଛନ୍ତି।

publive-image

ବ୍ଲୁମ୍‌ବର୍ଗ ବିଲିୟନିୟର୍ସ ଧନୀ ତାଲିକାରେ ୧୮ ଭାରତୀୟ ସାମିଲ ରହିଛନ୍ତି। ଏହି ତାଲିକାରେ ଆମ୍ବାନୀଙ୍କ ସ୍ଥାନ ଶୀର୍ଷରେ ରହିଛି। ଆମ୍ବାନୀଙ୍କ ପରେ ଅଜିମ ପ୍ରେମଜୀ (ନମ୍ବର ୪୮) ମଧ୍ୟ ଅଛନ୍ତି। ଅଜିମ ପ୍ରେମଜୀଙ୍କ ସମ୍ପତ୍ତି ମୂଲ୍ୟ ପାଖାପାଖି ୨୦.୫ ବିଲିୟନ ଡଲାର ରହିଛି। ସେହିପରି ଶିବ ନାଦର ୧୪.୫ ବିଲିୟନ ଡଲାର  ଓ ଉଦୟ କୋଟକ ୧୩.୮ ବିଲିୟନ ଡଲାର ସଂପତ୍ତିର ମାଲିକ ହେବା ସହ ଯଥାକ୍ରମେ ୯୨ ଏବଂ ୯୬ତମ ସ୍ଥାନରେ ରହିଛନ୍ତି।

publive-image

ବ୍ଲୁମବର୍ଗ ବିଲିୟନେୟର୍ସ ଇନ୍‌ଡେକ୍ସ ଅନୁସାରେ, ଆମଜନ୍‌ ପ୍ରତିଷ୍ଠାତା ଓ ସିଇଓ ଜେଫ୍‌ ବେଜୋସ ପାଖାପାଖି ୧୨୫ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତି ମାଲିକ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe