ବଜେଟ ମଧ୍ୟରେ ବିଶ୍ବର ଧନିକଙ୍କ ସୂଚୀ ଜାରି, ପୁଣି ଭାରତର ୧ନଂ ଧନୀ ହେଲେ ଅମ୍ବାନୀ

Advertisment
ବଜେଟ ମଧ୍ୟରେ ବିଶ୍ବର ଧନିକଙ୍କ ସୂଚୀ ଜାରି, ପୁଣି ଭାରତର ୧ନଂ ଧନୀ ହେଲେ ଅମ୍ବାନୀ

aajtak

ନୂଆଦିଲ୍ଲୀ: ବଜେଟ ମଧ୍ୟରେ ଫୋର୍ବସ ଜାରି କଲା ବିଶ୍ବର ଧନିକଙ୍କ ସୂଚୀ। ପୁଣି ଭାରତର ୧ନଂ ଧନୀ ହେଲେ ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ। କେନ୍ଦ୍ର ବଜେଟ୍ ଘୋଷଣା ମଧ୍ୟରେ ମୁକେଶ ଅମ୍ବାନୀ ଆଜି ଗୌତମ ଅଦାନୀଙ୍କୁ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ପଛରେ ପକାଇ ଦେଇଛନ୍ତି।

ଗୌତମ ଅଦାନୀଙ୍କ ସେୟାରରେ ହ୍ରାସ ହେତୁ ତାଙ୍କର ମୋଟ ସମ୍ପତ୍ତି ୮୩.୯ ବିଲିୟନ ଡ଼ଲାରକୁ ଖସି ଆସିଛି। ଏଥି ସହିତ ମୁକେଶ ଅମ୍ବାନୀ ବର୍ତ୍ତମାନ ୮୪.୩ ବିଲିୟନ ଡଲାର ସମ୍ପତ୍ତି ସହିତ ଗୌତମ ଅଦାନୀଙ୍କୁ ପଛରେ ପକାଇଛନ୍ତି। ଫୋର୍ବସର ଏହି ତାଲିକାରେ ଅଦାନୀ ୧୦ ନମ୍ବରରେ ପହଞ୍ଚିଥିବାବେଳେ ଅମ୍ବାନୀ ୯ନମ୍ବରରେ ଅଛନ୍ତି। ଏହାପୂର୍ବରୁ ଅଦାନୀ ୨୪ଘଣ୍ଟା ମଧ୍ୟରେ ୧୦ ବିଲିୟନ ଡଲାରର କ୍ଷତି ସହିଥିଲେ। ଏଥିପାଇଁ ସେ ଚତୁର୍ଥ ନମ୍ବରରୁ ଆଠ ନମ୍ବରକୁ ଖସି ଆସିଥିଲେ।

ଶ୍ରେଷ୍ଠ -୧୦ ଧନିକଙ୍କ ତାଲିକା ଦେଖିବାକୁ ଗଲେ ୨୧୪ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବର୍ନାର୍ଡ ଆର୍ନାଲ୍ଟ ବିଶ୍ବର ୧ନଂ ଧନୀ ହୋଇ ରହିଛନ୍ତି। ତାଙ୍କ ପଛକୁ ୧୭୮.୩ ବିଲିୟନ ଡ଼ଲାର୍ ସମ୍ପତ୍ତି ସହିତ ଏଲନ୍ ମସ୍କ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହା ସହ ୧୨୬.୩ ବିଲିୟନ ଡ଼ଲାର୍ ସମ୍ପତ୍ତି ସହିତ ଜେଫ୍ ବେଜୋସ୍ ତୃତୀୟ ସ୍ଥାନରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe