ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ

Advertisment
ମୁକେଶ ଅମ୍ବାନିଙ୍କୁ ସରକାର ଦେଇଥିବା ଜେଡ୍-ପ୍ଲସ୍ ସୁରକ୍ଷା ଜାରି ରହିବ : ସୁପ୍ରିମକୋର୍ଟ

New Indian Express

ମୁମ୍ବାଇ: ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ | ରିଲାଏନ୍ସ ଜିଓ ଇନଫୋଟେକ୍ ଲିମିଟେଡର ମ୍ୟାନେଜମେଣ୍ଟ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ମାର୍କେଟ ରେଗୁଲେଟୋରୀ ସେବିକୁ ଦିଆଯାଇଥିବା ସୂଚନାରେ ରିଲାଏନ୍ସ ଜିଓ ପକ୍ଷରୁ କୁହାଯାଇଛି ଯେ ୨୭ ଜୁନ୍ ୨୦୨୨ରେ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ଚେୟାରମ୍ୟାନ୍ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ଜୁନ୍ ୨୭ରୁ ମୁକେଶ ଅମ୍ବାନୀ କମ୍ପାନିର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି।

ସେହିପରି ପଙ୍କଜ ମୋହନ ପାୱାର ଜୁନ୍ ୨୭ରୁ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ପଙ୍କଜ ମୋହନ ଆସନ୍ତା ପାଞ୍ଚ ବର୍ଷ ପାଇଁ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ। ସେହିପରି ରାମିନ୍ଦର ସିଂ ଗୁଜରାଲ ଏବଂ କେ.ଭି. ଚୌଧୁରୀଙ୍କୁ କମ୍ପାନିର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

ସେବିକୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁକେଶ ଅମ୍ବାନୀ ୨୭ ଜୁନ୍ ୨୦୨୨ ରୁ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଥାଉ କି ଯେ ରିଲାଏନ୍ସ ଜିଓ ହେଉଛି ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନି | ଜିଓ ପ୍ଲାଟଫର୍ମ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର କମ୍ପାନି ହୋଇଥିବାବେଳେ ୨୦୧୯ରେ କମ୍ପାନିର ପ୍ରତିଷ୍ଠା ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe