ମୁକେଶ ଅମ୍ବାନିଙ୍କ ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଏବେ ବିଶ୍ୱର ଷଷ୍ଠ ବୃହତ୍‌ ତୈଳ କମ୍ପାନି

Advertisment
ମୁକେଶ ଅମ୍ବାନିଙ୍କ ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଏବେ ବିଶ୍ୱର ଷଷ୍ଠ ବୃହତ୍‌ ତୈଳ କମ୍ପାନି

Image Source: Hindustan Times

ନୂଆଦିଲ୍ଲୀ: ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ପରିଚାଳିତ ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଏବେ ବିଶ୍ୱର ଷଷ୍ଠ ବୃହତ୍‌ ତୈଳ କମ୍ପାନି ହୋଇପାରିଛି।

ମଙ୍ଗଳବାର ଦିନ ବ୍ୟବସାୟ ବନ୍ଦ ହେବା ସମୟରେ ଇଂଲଣ୍ଡର ବିପି ପିଏଲ୍‌ସିର ମୂଲ୍ୟ ୧୩୨ ବିଲିୟନ୍‌ ଡଲାର୍‌ ଥିବାବେଳେ ଆର୍‌ଇଏଲ୍‌ର ମୂଲ୍ୟ ଥିଲା ୧୩୮ ବିଲିୟନ୍‌ ଡଲାର୍‌। କମ୍ପାନିର ନିଟ୍‌ ଋଣ ଶୂନ୍ୟକୁ ହ୍ରାସ କରିବାକୁ ଅଗଷ୍ଟ ମାସରେ ମୁକେଶ ଘୋଷଣା କରିବା ପରେ ଏ ବର୍ଷ କମ୍ପାନିର ସେୟାର୍‌ ତିନିଗୁଣ ବଢ଼ିଯାଇଛି।

publive-image

ଗତ ମାସର ଶେଷ ସୁଦ୍ଧା ପ୍ରଥମ ଥର ପାଇଁ ରିଲାଏନ୍‌ସ୍‌ର ବଜାର ମୂଲ୍ୟ ବ୍ରିଟିସ୍‌ କମ୍ପାନି ଠାରୁ ସାମାନ୍ୟ ବଢ଼ିଯାଇଛି।

ଏବେ ପେଟ୍ରୋ ଚାଇନ୍‌ କମ୍ପାନି ଠାରୁ ଏହା ଅଳ୍ପ ପଛରେ ରହିଛି। ରିଲାଏନ୍‌ସ୍‌ ହେଉଛି ପ୍ରଥମ ଭାରତୀୟ କମ୍ପାନି ଯିଏ ୧୦ ଟିଲିୟନ୍‌ ଟଙ୍କା ମାର୍କେଟ-କ୍ୟାପ୍‌ ମାଇଲ୍‌ଷ୍ଟୋନ୍‌ ସ୍ପର୍ଶ କରିଛି।

ପଶ୍ଚିମ ଭାରତରେ ରିଲାଏନ୍‌ସ୍‌ ଏବେ ବିଶ୍ୱର ସର୍ବବୃହତ୍‌ ଅଏଲ୍‌-ରିଫାଇନିଙ୍ଗ୍‌ କମ୍ପ୍ଲେକ୍ସ୍‍ ପରିଚାଳନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe