TFIPOST
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ଓ ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନି ଏସିଆର ପ୍ରମୁଖ ଧନୀ ଭାବେ ଉଭା ହୋଇଛନ୍ତି। ଚୀନ୍ର ଦୁଇ ପ୍ରମୁଖ ଧନୀ ବ୍ୟକ୍ତି ଜ୍ୟାକ୍ ମା' ଓ ଝୋଙ୍ଗ୍ ସାନ୍ସାନ୍ଙ୍କୁ ସେମାନେ ଗାଦିଚ୍ୟୁତ କରିଛନ୍ତି। ବ୍ଲୁମ୍ବର୍ଗ ବିଲିଓନେୟାର ସୂଚୀ ଅନୁସାରେ ୮୪୦୦ କୋଟି ଡଲାର ସମ୍ପତ୍ତି ସହ ମୁକେଶ ବିଶ୍ବର ୧୨ତମ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି। ୨୦୨୧ରେ ତାଙ୍କ ସମ୍ପତ୍ତି ୭୬୨ କୋଟି ଡଲାର ବଢ଼ିଛି। ସେହି ସମୟରେ ଆଦାନିଙ୍କ ସମ୍ପତ୍ତି ୭୭୦୦ କୋଟି ଡଲାରରେ ପହଞ୍ଚିଛି। ସେ ବିଶ୍ବ ଧନୀ ତାଲିକାର ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ୨୦୨୧ରେ ତାଙ୍କ ସମ୍ପତ୍ତି ୪୩୨୦ କୋଟି ଡଲାର ବଢ଼ିଛି।
ୱିପ୍ରୋର ଅଜିମ୍ ପ୍ରେମ୍ଜୀ ବିଶ୍ବ ଧନୀ ତାଲିକାର ୪୨ତମ ସ୍ଥାନରେ ଥିବା ବେଳେ ଶିବ ନାଦାର ୭୨ ଓ ଲକ୍ଷ୍ମୀ ମିତ୍ତଲ ୮୮ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଆମାଜନର ଜେଫ୍ ବେଜୋସ୍ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏଲ୍ଭିଏମ୍ଏଚ୍ର ସିଇଓ ବର୍ନାଡ୍ ଆର୍ନଲ୍ଟ ଦ୍ବିତୀୟ, ଟେସ୍ଲା ମୁଖ୍ୟ ଏଲନ୍ ମସ୍କ ତୃତୀୟ, ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍ ଗେଟସ୍ ଚତୁର୍ଥ, ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ ପଞ୍ଚମ ସ୍ଥାନରେ ରହିଛନ୍ତି। ଚୀନ୍ର କୋଟିପତି ଜ୍ୟାକ୍ ମା' ୨୭ତମ ସ୍ଥାନକୁ ଖସିଆସିଛନ୍ତି।
Follow Us