ମୁମ୍ବାଇ: ପ୍ରଥମେ ବାପା, ପରେ ଶଶୁର ହେବା ପରେ ଏବେ ଜେଜେ ହୋଇଛନ୍ତି ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ |ଏଥିସହ ଅମ୍ବାନୀଙ୍କ ପତ୍ନୀ ନୀତା ମଧ୍ୟ ଜେଜେମା’ ବନିଛନ୍ତି। ଆଜି ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି | ଶିଶୁ ପୁତ୍ରର ଆଗମନକୁ ନେଇ ଅମ୍ବାନୀ ପରିବାରରେ ଖୁସିର ଲହରୀ ଖେଳିଯାଇଛି | ଅମ୍ବାନୀ ପରିବାର ତରଫରୁ ଏକ ବିବୃତିରେ କୁହାଯାଇଛି ଯେ ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି |
ଏହି ନୂତନ ସଦସ୍ୟଙ୍କ ଆଗମନ ସହିତ ମେହେଟ୍ଟା ଏବଂ ଅମ୍ବାନୀ ପରିବାରରେ ଖୁସିର ମାହୋଲ୍ ସୃଷ୍ଟି ହୋଇଛି | ସୂଚନା ଥାଉ କି ୨୦୧୯ ମାର୍ଚ୍ଚ ମାସରେ ଆକାଶ ଏବଂ ଶ୍ଲୋକା ଜିଓ ୱାର୍ଲ୍ଡ ସେଣ୍ଟରରେ ବିବାହ କରିଥିଲେ। ଏହି ବିଳାସପୂର୍ଣ୍ଣ ଉତ୍ସବରେ ଦେଶର ବଡ ବଡ଼ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ରାଜନେତା ଏବଂ ବଲିଉଡର ବଡ ବଡ ସମସ୍ତ ତାରକା ଯୋଗ ଦେଇଥିଲେ |
କେବଳ ଏତିକି ନୁହେଁ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ମଧ୍ୟ ଆକାଶ ଏବଂ ଶ୍ଲୋକାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଶ୍ଲୋକା ମେହେଟ୍ଟା, ପ୍ରସିଦ୍ଧ ହୀରା ବ୍ୟବସାୟୀ ରସଲ ମେହେଟ୍ଟା ଏବଂ ମୋନା ମେହେଟ୍ଟାଙ୍କ ଝିଅ ହୋଇଥିବା ବେଳେ ୨୦୧୯ରେ ନୀତା ଏବଂ ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କୁ ବିବାହ କରିଥିଲେ।
Follow Us