NDTV.com
ନୂଆଦିଲ୍ଲୀ: ପ୍ରିମିୟମ୍ ପୋଷାକ ବଜାରରେ ଆଗରେ ରହିବା ଲାଗି ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ ରିଟେଲ୍ ଫେସନ ଡିଜାଇନର୍ ରିତୁ କୁମାରଙ୍କ କଂପାନିର ୫୨% ଅଂଶଧନ କିଣିଛି। ଏହି ଡିଲ୍ କେତେ କୋଟି ଟଙ୍କା ହୋଇଛି ତାହା ଜଣାପଡ଼ିନାହିଁ। ରିତୁ କୁମାରଙ୍କ କଂପାନିରେ ସିଙ୍ଗାପୁରର ସଂସ୍ଥା ଏଭରଷ୍ଟୋନ୍ର ୩୫% ଅଂଶଧନକୁ ରିଲାଏନ୍ସ କିଣିଛି। ଏହି ସଂସ୍ଥା ୨୦୧୪ ମସିହାରେ ରିତୁ କୁମାରଙ୍କ କଂପାନିରେ ୧୬.୬ ନିୟୁତ ଡଲାର ନିବେଶ କରିଥିଲା। ୧୯୬୯ ମସିହାରେ ରିତୁ ନିଜର ଫେସନ ଡିଜାଇନ୍ ବ୍ୟବସାୟ ଆରମ୍ଭ କରି ବେଶ ପ୍ରତିଷ୍ଠା ଲାଭ କରିଛନ୍ତି। ସାରା ବିଶ୍ବରେ ୧୫୧ଟି ଷ୍ଟୋରରେ ତାଙ୍କ ସଂସ୍ଥାର ସାମଗ୍ରୀ ଉପଲବ୍ଧ ରହିଛି। ନିକଟରେ ଏହା ମନିଷ ମଲହୋତ୍ରାଙ୍କ ସଂସ୍ଥାର ଅଂଶଧନ କିଣିଥିଲା। ଉଭୟ ଫେସନ ଡିଜାଇନ୍ରଙ୍କ ପୋଷାକ ବଲିଉଡ୍ ସେଲିବ୍ରିଟିମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ରିତୁ କୁମାରଙ୍କ ବିଭିନ୍ନ ସଂସ୍ଥାର ନିୟନ୍ତ୍ରଣ ରିଲାଏନ୍ସ ରିଟେଲ୍ ଅଧୀନକୁ ଆସିବ।
Follow Us