ଆମେରିକାରେ ହୋଟେଲ କିଣିଲେ ମୁକେଶ

Advertisment
ଆମେରିକାରେ ହୋଟେଲ କିଣିଲେ ମୁକେଶ

Time News

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କ ସହରରେ ଥିବା ମାଣ୍ଡାରିନ ଓରିଏଣ୍ଟାଲ ନ୍ୟୁୟର୍କ ନାମକ ହୋଟେଲକୁ ମୁକେଶଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ସହାୟକ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଆଲ୍ ଇନଭେଷ୍ଟମେଣ୍ଟ୍‌ସ ଆଣ୍ଡ ହୋଲଡିଙ୍ଗ୍‌ସ ଲିମିଟେଡ୍‌ କିଣିଛି। ମାଣ୍ଡାରିନ ଓରିଏଣ୍ଟାଲ ନ୍ୟୁୟର୍କ ହୋଟେଲର ୭୩.୩୭ ପ୍ରତିଶତ ମାଲିକାନାକୁ ମୁକେଶଙ୍କ କମ୍ପାନି ୯୮.୧୫ ନିୟୁତ ଡଲାର ବା ପ୍ରାୟ ୭୩୫ କୋଟି ଟଙ୍କାରେ ହାତେଇଛି। ‘କଲମ୍ବସ୍‌ ସେଣ୍ଟର କର୍ପୋରେସନ୍’ ପାଖରେ ଥିବା ଉକ୍ତ ହୋଟେଲ୍‌କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଆଲ ଇନଭେଷ୍ଟମେଣ୍ଟସ ଆଣ୍ଡ ହୋଲଡିଙ୍ଗସ ଲିମିଟେଡ କିଣିଛି। କଲମ୍ବସ ସେଣ୍ଟର କର୍ପୋରେସନ୍ ହେଉଛି କେମ୍ୟାନ ଦ୍ବୀପର ଏକ କମ୍ପାନି। ତେଣୁ ଅଂଶଧନ କିଣିବା ପାଇଁ କଲମ୍ବସ ସେଣ୍ଟର କର୍ପୋରେସନ୍ ସହିତ ରିଲାଏନ୍ସ ଏକ ଚୁକ୍ତି ସ୍ବାକ୍ଷର କରିଛି। ୨୦୦୩ ମସିହାରେ ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ ସ୍ଥାପନ ହୋଇଥିଲା। କମ୍ପାନି ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଏହି ହୋଟେଲର ମାଲିକାନା କ୍ରୟ ସଂପର୍କରେ ସୂଚନା ଦିଆଯାଇଛି। ୨୦୧୮ରେ ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ ୧୧୫ ନିୟୁତ ଡଲାର, ୨୦୧୯ରେ ୧୧୩ ନିୟୁତ ଡଲାର ଏବଂ ୨୦୨୦ରେ ୧୫ ନିୟୁତ ଡଲାରର ବ୍ୟବସାୟ କରିଥିଲା। ଏହି ଡିଲ୍‌ ପାଇଁ ବିଭିନ୍ନ ନିୟାମକ ସଂସ୍ଥାର ମଞ୍ଜୁରି ଆସନ୍ତା ମାର୍ଚ୍ଚ ସୁଦ୍ଧା ମିଳିଯିବ ବୋଲି ଆଶା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe