ଅନିଲଙ୍କୁ ବିପଦରୁ ଉଦ୍ଧାର କଲେ ମୁକେଶ

Advertisment
ଅନିଲଙ୍କୁ ବିପଦରୁ ଉଦ୍ଧାର କଲେ ମୁକେଶ

ମୁମ୍ବାଇ: ବିପଦରେ ପଡ଼ିଥିବା ସାନ ଭାଇକୁ ଉଦ୍ଧାର କରିବାକୁ ଆଗେଇ ଆସିଛନ୍ତି ବଡ଼ ଭାଇ। ସେ ଆଉ କେହି ନୁହନ୍ତି ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି। ତାଙ୍କ ସାନଭାଇ ଅନିଲ ଅମ୍ବାନିଙ୍କ ସ୍ଥିତି ଆଦୌ ଭଲ ନାହିଁ। ପାହାଡ଼ ଭଳି ଋଣ ବୋଝ ହାଲୁକା କରିବା ପାଇଁ ସବୁ ବିକଳ୍ପ ସନ୍ଧାନ କରି ନିରାଶ ହୋଇପଡ଼ିଥିବା ଅନିଲଙ୍କୁ ମୁକେଶ ସହାୟତାର ହାତ ବଢ଼ାଇଛନ୍ତି। ଅନିଲଙ୍କ କଂପାନି ରିଲାଏନ୍‌ସ କମ୍ୟୁନିକେସନ୍‌ର ମୋବାଇଲ୍‌ କାରବାର ସହ ଜଡ଼ିତ ଥିବା ସମ୍ପତ୍ତିଗୁଡ଼ିକୁ ମୁକେଶଙ୍କ କଂପାନି ରିଲାଏନ୍‌ସ ଜିଓ ଖରିଦ କରିବ।

ସ୍ୱର୍ଗତ ଶିଳ୍ପପତି ଧୀରୁଭାଇ ଅମ୍ବାନିଙ୍କ ଜନ୍ମ ତିଥିରେ ଏହି ଚମତ୍କାର ହୋଇଛି। ଦୀର୍ଘ ସମୟର ଝଗଡ଼ା ପରେ ୨୦୦୬ରେ ମୁକେଶ ଏବଂ ଅନିଲ ପରଷ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହା ପରେ ସେମାନେ ନିଜ ଭାଗରେ ଯେଉଁ ସବୁ କଂପାନି ପଡ଼ିଥିଲା ତାହାର ଦେଖାଶୁଣା କରିଥିଲେ। ଇତି ମଧ୍ୟରେ ୧୦ ବର୍ଷ ବିତିଯାଇଛି। ସେହି ସମୟରେ ଅନେକ କିଛି ବଦଳିଯାଇଛି। ମୁକେଶ ଅମ୍ବାନି ଅଧିକ ଧନୀ ହୋଇଯାଇଛନ୍ତି। ଅନିଲଙ୍କର ସମ୍ପତ୍ତି ପରିମାଣ କିନ୍ତୁ କମିଯାଇଛି। ତାଙ୍କର କୌଣସି କଂପାନି ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ। ଅନିଲଙ୍କ ପାଖରେ ଥିବା ସବୁଠୁ ବଡ଼ କଂପାନି ରିଲାଏନ୍‌ସ କମ୍ୟୁନିକେସନ୍‌ ଏକ ପ୍ରକାର ବନ୍ଦ ହୋଇଗଲାଣି। ଏହା ସତ୍ତ୍ୱେ ଦୁଦ୍ଦର୍ଶା ତାଙ୍କ ପିଛା ଛାଡ଼ୁନଥିଲା। ରିଲାଏନ୍‌ସ କମ୍ୟୁନିକେସନ୍‌କୁ ବଞ୍ଚାଇବା ପାଇଁ ସେ ଏୟାରସେଲ୍‌ ସହିତ ବୁଝାମଣା କରିିଥିଲେ କିନ୍ତୁ ତାହା ସଫଳ ହୋଇନଥିଲା। ତାଙ୍କ କଂପାନିର ସମ୍ପତ୍ତି କିଣିବାକୁ ଅନ୍ୟ କୌଣସି କଂପାନି ମଧ୍ୟ ଆଗ୍ରହ ଦେଖାଉନଥିଲେ। ଏଭଳି ପରିସ୍ଥିତିରେ ଅନିଲ ଅମ୍ବାନି ବହୁତ ଚିନ୍ତିତ ହୋଇପଡ଼ିଥିଲେ। ରିଲାଏନ୍‌ସ କମ୍ୟୁନିକେସନର ସମ୍ପତ୍ତିକୁ ଜିଓ କିଣିବା ଦ୍ୱାରା ଦୁଇ ଭାଇ ମୁକେଶ ଓ ଅନିଲ ପୁଣି ଥରେ ମିଶିଯିବେ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି। ରିଲାଏନ୍‌ସ କମ୍ୟୁନିକେସନର ସ୍ପେକ୍ଟ୍ରମ୍‌, ଟାଓ୍ଵାର, ଫାଇବର୍‌ ଏବଂ ଓୟାରଲେସ୍‌ ଭିତ୍ତିଭୂମିକୁ ଜିଓ ଖରିଦ କରିବ। ଏଥିପାଇଁ ଜିଓ ସହମତି ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe